Wednesday , September 28 2022
Breaking News
Home / ବିଶେଷ / ଛଣଗିରି: ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଛଣଗିରି: ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ନିରାକାରପୁର, ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମର ଜଣେ ମହିଳା ଗାଧୋଇବାକୁ ଯିବାବେଳେ ଗୋଟେ ବିଷଧର ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଆଜି ସକାଳ ସାଢେ ୯ଟାବେଳେ ଛଣଗିରିର ସରୋଜିନୀ ମଙ୍ଗରାଜ ପୋଖରୀକୁ ଗାଧୋଇବାକୁ ଯାଉଥିବାବେଳେ ଏକ ବିଷଧର ସାପ କାମୁଡ଼ି ଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ହସପିଟାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପରେ ଶବକୁ ବ୍ୟବଛେଦ ହେବା ପରେ ଶବ ସତ୍କାର ହୋଇଛି । ଘଟଣାସ୍ଥଳକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶୀ୍ରରାଣୀ ଗୁମାନସିଂହ ପହଂଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.