Thursday , September 29 2022
Home / ବିଶେଷ / ସ୍ୱାଧିନତା ଦିବସରେପୋଖରୀ ଉଦଘାଟନ

ସ୍ୱାଧିନତା ଦିବସରେପୋଖରୀ ଉଦଘାଟନ

ଭୁବନ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ପବିତ୍ର ୭୬ ତମ ସ୍ୱାଧିନତା ଦିବସ ଅବସରରେ ଭୁବନ ବ୍ଲକ ଅନ୍ତର୍ଗତ ଓଡିଶ ପଂଚାୟତ ର ନୂଆଜିରାଳ ଠାରେ ଏକ ପୋଖରୀ ଉଦଘାଟିତ ହୋଇଯାଇଛି । ସରପଂଚ ମୋହନ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି , ବିଡିଓ ଆର୍ଶୀବାଦ ପରିଡା,କନିଷ୍ଠ ଯନ୍ତ୍ରୀ ଗିରିଶ ଚନ୍ଦ୍ର ପରିଡା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେଶ୍ୱର ନନ୍ଦ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନଡିଆବାଡେଇ ପୋଖରୀ ଉଦଘାଟନ କରିଥିଲେ । ସୂଚନାଯେଗ୍ୟ ଯେ,ଏହି ପୋଖରୀଟି ମନରେଗା ଯେଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.