Thursday , September 29 2022
Home / ବିଶେଷ / ଭୁବନ ରେ ୭୬ ତମ ସ୍ୱାଧିନତା ଦିବସ ପାଳିତ

ଭୁବନ ରେ ୭୬ ତମ ସ୍ୱାଧିନତା ଦିବସ ପାଳିତ

 ଭୁବନ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ ପଂଚାୟତ ସମିତି ତରଫରୁ ୭୬ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ  କରି କହିଥିଲେ ଯେ,୭୫ ବର୍ଷ ପୂର୍ବେ ଆଜିର ଦିନରେ ଆମକୁ କଷ୍ଟଲବ୍ଧ ସ୍ୱାଧିନତା ମିଳିଥିଲା  । ଗଣତନ୍ତ୍ରକୁ ରକ୍ଷା କରିବା ଆମର କାମ  । ଭାରତ ଆଜି ସୁପର ପାୱାର ହେବାକୁ ସ୍ୱପ୍ନ ଦେଖୁଛି କିନ୍ତୁ ଦାରିଦ୍ର, ବେକାରୀ, ବେରୋଜଗାରୀ ଓ ଦୁର୍ନୀତି ବିକାଶ ପଥରେ ପ୍ରତିବନ୍ଧକ ସାଜିଛି । ତେଣୁ ଆମକୁ ଦେଶପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ବିଡିଓ ଆଶୀର୍ବାଦ ପରିଡା ଙ୍କ ସମେତ ପଂଚାୟତ ପ୍ରତିନିଧି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଭାରପ୍ରାପ୍ତ ସିଡିପିଓ ନିର୍ମଳା ସେଠୀ ,ଯୋଗାଣ ନିରୀକ୍ଷକ ବେଢା ବେସ୍ରା ଓ  ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 ଭୁବନ ତହସିଲ କାର୍ଯ୍ୟାଳୟ ପରିସରରେ ୭୬ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଟ୍ରେଜେରୀ ଅଫିସର କୈଳାସ ଚନ୍ଦ୍ର ମହାରଣା ଜାତୀୟ ପତାକା ଉତୋଳନ କରିଥିଲେ । ବରିଷ୍ଠ କିରାଣୀ ସୁଧିର କୁମାର ପଣ୍ଡା,ଆକାଉଣା୍ଟଟ ବିରେନ ବିଶ୍ୱାଳ ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ।

 ଭୁବନ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଠାରେ ୭୬ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଉପ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ,କାଉନସିଲର ପପୁ କୁମାର ସାହୁ , ଗିରିଧାରୀ ସାହୁ , ମନୋରଂଜନ ସାହୁ , ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ,ବରିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରେ ଏନଏସି ତରଫରୁ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ କରାଯାଇଥିଲା ।

 ସେହିପରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୬ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଡା.ସିଦ୍ଧାର୍ଥ ଶଙ୍କର ପତି ଜାତୀୟ ପତାକା ଉତୋଳନ କରିଥିଲେ । ଡା. ମନୋଜ କୁମାର ମହାନ୍ତି,ଡା ଅନିନ୍ଦିତା ପରିଡା , ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 ଭୁବନ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ୭୬ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ରେଞ୍ଜର ଅନିତ ।ସେଠୀ ଜାତୀୟ ପତାକା ଉତୋଳନ କରିଥିବାବେଳେ ଫରେଷ୍ଟର କବିତାବିଶ୍ୱାଳ ,ଫରେଷ୍ଟ ଗାର୍ଡ ମମତା କଅଁର ଓ ସ୍କ୍ୱାର୍ଡ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ସେହିପରି   ଭୁବନର ସର୍ବପୁରାତନ ନୃତ୍ୟ ସଙ୍ଗୀତ ବିଦ୍ୟାଳୟ ମୀରାବାଇ କଳାବିକାଶ କେନ୍ଦ୍ର ଠାରେ ୭୬ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଚିତ୍ରଶିଳ୍ପୀ ନାରାୟଣ ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । କଳାବିକାଶ କେନ୍ଦ୍ରର ମୁଖ୍ୟ ପରିଚାଳକ ଭଗବାନ ଗୁରୁ ଙ୍କ ସମେତ ଶାନ୍ତନୁ ଦାଶ ଯୋଗ ଦେଇଥିଲେ । କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଭୁବନ ଥାନାରେ ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଜାତୀୟ ପତାକା ଉତୋଳନ କରିଥିଲେ । ଏସଆଇ ସୁକାନ୍ତି କେରକଟା, ଅନୁରାଗ ମଲ୍ଲିକ , ଅକାରଣ ବେହେରା , ଏଏସଆଇ ପ୍ରଦୀପ କୁମାର ସତପଥି ,  ପ୍ରଭାତ କୁମାର ରାଉତ , ଜୟଶ୍ରୀ ଗଡନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତରହି ଜାତୀୟ ପତାକାକୁ ସାଲ୍ୟୁଟ କରି ସମ୍ମାନ ଜଣାଇଥିଲେ ।

 ଭୁବନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ,ଶିଶୁ ସାହିତ୍ୟିକ ତଥା ପ୍ରବଚକ ରବୀନ୍ଦ୍ର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଲତା ସାହୁ , ପରିଚାଳନା କମିଟି ସଂପାଦକ ଜଗବନ୍ଧୁ ବିହାରୀ ,ଗୁରୁଜୀ ଦିନେଶ ବୈଶାକ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଅନୁରୂପ ଭାବେ ଭୁବନର ସମସ୍ତ ସରକାରୀ ,ବେସରକାରୀ ସ୍କୁଲ,କଲେଜ,ବଣିକ ସଂଘ,ବ୍ୟାଙ୍କରେ ୭୬ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.