Thursday , September 29 2022
Home / ବିଶେଷ / ଭୁବନ ବ୍ଲକରେ କଲ୍ୟାଣ ସୌରଭ ଦାଶ ନୂତନ ବିଡିଓ ଭାବେ ଯୋଗଦେଲେ

ଭୁବନ ବ୍ଲକରେ କଲ୍ୟାଣ ସୌରଭ ଦାଶ ନୂତନ ବିଡିଓ ଭାବେ ଯୋଗଦେଲେ

ଭୁବନ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକରେ କଲ୍ୟାଣ ସୌରଭ ଦାଶ ନୂତନ ବିଡିଓ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ସମେତ ସମସ୍ତ କର୍ମଚାରୀ ନୂତନ ବିଡିଓ ଶ୍ରୀଯୁକ୍ତ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ବିଡିଓ ଶ୍ରୀଯୁକ୍ତ ଦାଶ ଏହା ପୂର୍ବରୁ ବାଲିକୁଦା ବ୍ଲକରେ କାର୍ଯ୍ୟକରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଜଣେ କର୍ତବ୍ୟ ନିଷ୍ଠ ଓ ଦକ୍ଷ ଅଫିସର ଭାବେ ବେଶ୍ ଜଣାଶୁଣା । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରଭାବେ ବହୁ ପ୍ରତିଭା ଓ ସମ୍ମାନ ସାଉଁଟିଛନ୍ତି । ସଙ୍ଗୀତ ଗାନ ,ଡ୍ରାମାରେ ଅଭିନୟ ,ଲେଖକ ଓ ସୁସାହିତ୍ୟିକ ଭାବେ ପରିଚିତ ଶ୍ରୀଯୁକ୍ତ ଦାଶ ଭୁବନେଶ୍ୱର ଆଇ ଆଇଟିରୁ ପିଏଚଡି ହାସଲ କରିଥିବା ଜଣାପଡିଛି । ଦାଶ ଙ୍କ ସମୟରେ ଭୁବନ ବ୍ଲକରେ ଦ୍ରୁତବିକାଶ ହେବବୋଲି ଆଶା କରାଯାଉଛି । ପୂର୍ବତନ ବିଡିଓ ଆଶୀର୍ବାଦ ପରିଡା ମଧ୍ୟ ଜଣେ ଦକ୍ଷ ଅଫିସର ଭାବେ ଭୁବନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ଡିପାର୍ଟମେଣ୍ଟକୁ ବଦଳି ହୋଇଯାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.