Thursday , September 29 2022
Home / ବିଶେଷ / ଭାରତରତ୍ନ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ପାଳିତ

ଭାରତରତ୍ନ ବାଜପେୟୀଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ପାଳିତ

ତୈଳ ବିଶୋଧନାଗାର ଜିରୋ ପଏଂଟ ଠାରେ ପ୍ରତିମୂର୍ତୀ ସ୍ଥାପନ ପାଇଁ ଦାବି

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ର ନାୟକ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାହପେୟୀଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ମଙ୍ଗଳବାର ଦିନ ପାରାଦୀପର ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସଂଧ୍ୟାରେ ନୂଆବଜାରସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟରେ ସ୍ମୃତି ସଭା ଆୟୋଜିତ ହୋଇଥିଲା । ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ସରସ୍ୱତି ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଡ.ଧୃତିଧର ଦାସ ଯୋଗ ଦେଇଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ଆଇନଜୀବୀ କୈଳାସ ଚନ୍ଦ୍ର ସାହୁ, ସାମ୍ବାଦିକ ସୁଧୀର ରଂଜନ ଦାଶ, ଧୃବ ଚରଣ ମହାପାତ୍ର, ଶ୍ରମିକ ନେତା ଅନନ୍ତ କୁମାର ଦାସ ପ୍ରମୁଖ ଅଟଳ ବିହାରୀଙ୍କ ସ୍ମୃତି ଚାରଣ କରିଥିଲେ । ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଉପଦେଷ୍ଟା ଚରଣ ବିଶ୍ୱାଳ । ଏହି ସ୍ମୃତି ସଭାରେ ପାରାଦୀପ ଅଂଚଳର ବହୁ ବୁଦ୍ଧିଜୀବୀ, ଜନସାଧାରଣ ଯୋଗ ଦେଇ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଂଜଳୀ ଜ୍ଞାପନ କରିଥିଲେ  । ଆଗାମୀ ଦିନରେ ତୈଳ ବିଶୋଧନାଗାରର ଜିରୋ ପଏଂଟ ଠାରେ ବାଜପେୟୀଙ୍କର ପ୍ରତିମୂର୍ତୀ ସ୍ଥାପନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.