Thursday , September 29 2022
Home / ବିଶେଷ / ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର ୧୪୦୦ ଗ୍ରାମ । ଏହି ଲଗାଣ ବର୍ଷା ଓ ବନ୍ୟାରେ ପାଖାପାଖି ଅଢେଇ ଲକ୍ଷ ଲୋକ ଏହି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ମହାନଦୀ ଅବବାହିକାରେ ଓ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମହାନଦୀ କୂଳ ଲଂଘନ କରି ଗାଁ ଭିତରେ ପାଣି ପଶିଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କୁଜଙ୍ଗ ନିକଟବର୍ତୀ ମହାନଦୀ ଅବବାହିକାର ଲୋକମାନେ ବନ୍ୟା ପରିସ୍ଥିତିରେ ଥିବା ବେଳେ କୁଜଙ୍ଗର ବି.ଡି.ଓ. ସୌମ୍ୟଶ୍ରୀ ପାଣିଗ୍ରାହୀ ରିଲିଫ ଯୋଗାଇ ଦେବାକୁ ଇଫକୋ ପାରାଦୀପ ୟୁନିଟ୍ ର ନିର୍ଦ୍ଧେଶକ କେ.ଜେ.ପଟେଲଙ୍କୁ ଅନୁରୋଧ କରିଥିଲେ । ଏହା ପରେ ବନ୍ୟା ପିଡିତଙ୍କୁ ସହଯୋଗ କରିବା ଓ ସେମାନଙ୍କୁ ସାହାଯ୍ୟର ହାତ ବଢାଇଛି ଇଫକୋ । ଶ୍ରୀ ପଟେଲଙ୍କ ତୁରନ୍ତ ନିର୍ଦ୍ଧେଶରେ ଇଫକୋର ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ବନ୍ୟାଂଚଳ ଲୋକମାନଙ୍କ ନିକଟରେ ପ୍ରଥମ ସଂସ୍ଥା ଭାବେ ଲୋକମାନଙ୍କ ପାଖରେ ପହଂଚି ସେମାନଙ୍କୁ ଚୂଡା, ଗୁଡ,ବିସ୍କୁଟ୍, ମହମବତୀ,ଦିଆସିଲ ଆଦି ପ୍ରଦାନ କରିଛନ୍ତି । ଇଫକୋ ପୁଣି ଥରେ ଅସହାୟ, ବିପର୍ଯ୍ୟୟ ସାମ୍ନା କରୁଥିବା ଲୋକମାନଙ୍କ ପାଖରେ ପହଂଚି ନିଜର ସାମାଜିକ ଉନ୍ନୟନ ପଦକ୍ଷେପର ପ୍ରମାଣ ଦେଇଛି  । ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ସହଯୋଗର ହାତ ବଢାଇ ପାରାଦୀପ ଅଂଚଳର ଅନ୍ୟ ଶିଳ୍ପ ସଂସ୍ଥାମାନଙ୍କ ଆଗରେ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଛି । ଯେତେବେଳେ ବିପର୍ଯ୍ୟୟ ପରିସ୍ଥିତି ଆସିଛି ପିଡିତମାନଙ୍କ ପାଖରେ ପହଂଚିଛି ଇଫକୋ । ଆଗାମୀ ଦିନରେ ଏହି ଭଳି କାର୍ଯ୍ୟ ଜାରୀ ରହିବ ବୋଲି ଶ୍ରୀ ବେଉରା କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.