Thursday , September 29 2022
Home / ବିଶେଷ / ପ୍ରାଧ୍ୟାପକ ଡଃ ସୁଦର୍ଶନ ଶତପଥିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିଵସରେ ଶ୍ରଦ୍ଧାଞ୍ଜଳି ସଭା

ପ୍ରାଧ୍ୟାପକ ଡଃ ସୁଦର୍ଶନ ଶତପଥିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିଵସରେ ଶ୍ରଦ୍ଧାଞ୍ଜଳି ସଭା

କଟକ ସଦର,୧୭/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଓଡିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ, ବ୍ୟାକରଣ ବିଶାରଦ,କନ୍ଦରପୁର ଓ ଅଳକା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଡଃ ସୁଦର୍ଶନ ଶତପଥୀଙ୍କ ଶ୍ରାଦ୍ଧ ଦିବସରେ ସିଦ୍ଧେଶ୍ୱରପୁର ଗ୍ରାମକମିଟି ଦ୍ୱାରା ଆୟୋଜିତ ସ୍ମୃତି ଚାରଣ ସଭା ଆଜି (ବୁଧବାର) ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।କଵି ବାମଦେବ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଇଂ ଅରକ୍ଷିତ ଭୋଇ,ପଣ୍ଡିତ ଵିକଳି ଚରଣ କର,କାଳିପ୍ରସାଦ ମହାପାତ୍ର, ପ୍ରତିଭା ଶତପଥୀ,ଅଶୋକ ପଟ୍ଟନାୟକ,ପ୍ରତାପ ଚନ୍ଦ୍ର ବେହେରା, ବିଶ୍ବମ୍ବର ରାଉତ, ଦିଗମ୍ବର ସ୍ୱାଇଁ, ରମାକାନ୍ତ ନାୟକ, ହୃଦାନନ୍ଦ ଆଚାର୍ଯ୍ୟ,ଵସନ୍ତ କୁମାର ଶତପଥୀ, କବି ପୀତାମ୍ବର ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଶତପଥୀଙ୍କର ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ଅଵସରରେ ସ୍ମୃତି ଅର୍ଘ୍ୟ “ ଅନନ୍ୟ ସୁଦର୍ଶନ ” ଉନ୍ମୋଚିତ ହୋଇଥିଲା।ଶେଷରେ ପତ୍ନୀ ରଶ୍ମୀ ରେଖା ଵ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.