Thursday , September 29 2022
Home / ବିଶେଷ / ଦିନରେ କମିଥିଲା ସନ୍ଧ୍ୟାରୁ ବନ୍ୟା ଜଳ ବଢୁଛି : ପାଣିରେ ଉବୁଟୁବୁ ୩ ପଂଚାୟତର ୧୦ରୁ ଅଧିକ ଗାଁ : ପରିସ୍ଥିତର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଦିନରେ କମିଥିଲା ସନ୍ଧ୍ୟାରୁ ବନ୍ୟା ଜଳ ବଢୁଛି : ପାଣିରେ ଉବୁଟୁବୁ ୩ ପଂଚାୟତର ୧୦ରୁ ଅଧିକ ଗାଁ : ପରିସ୍ଥିତର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ନିରାକାରପୁର, ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଘୁଚାପ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଂଚାୟତରେ ପ୍ରବେଶ କରିବା ପରେ ମଙ୍ଗଳବାର ଠାରୁ ବନ୍ୟା ପରିସ୍ଥିତ ସୃଷ୍ଟି କରିଛି । ଫଳରେ ଓରବରସିଂହ ପଂଚାୟତର ହରିମୂଳ ଓ ଡ଼ିହଖୋଳା ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ରାୟପୁର – ନରଣଗଡ଼ ରାସ୍ତାରେ ଗତକାଲି ଅପେକ୍ଷା ଆଜି ପାଣି ବଢି ଯିବାରୁ ଯାତାୟତ ଠପ ହୋଇଯାଇଛି । ଓରବରସିଂହ ପଂଚାୟତର ଡ଼ିହଖୋଳା, ଓରବରସିଂହ, କୃଷ୍ଣପୁର, ମଶାଣିଆ, ରାୟପୁର, ନରଣଗଡ଼ ପଂଚାୟତର ମାନପୁର,ଓରମି, ବଳପୁର, ଧବଳପୁର ପାଣି ଘେରରେ ଥିବାବେଳେ ତିରିମଲ ନିକଟରେ ରାଜଆ ନଦୀରେ ଏକ ଘାଇ ହୋଇଥିବା କାରଣରୁ ଆଜି ସନ୍ଧ୍ୟାରେ ବ୍ରଜମୋହନପୁର ପଂଚାୟତ ଶରଧାପୁର ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି । ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ଶରଧାପୁର ଠାରୁ ଚଣ୍ଡୀ ବରଗଛ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅଂଚଳରେ ବନ୍ୟା ସୃଷ୍ଟି କରୁଛି । ଆସନ୍ତା ୧୯ ତାରିଖରୁ ଆଉ ଏକ ବଡ଼ ଲଘୁଚାପ ସୃଷ୍ଟି ହେବାରୁଥିବାରୁ ବନ୍ୟା ଜଳ କମିବା ପରିବର୍ତେ ବଢିବାର ଆଶଙ୍କା କରାଯାଉଛି । ଲୋକେ ପାନୀୟ ଜଳଠାରୁ ଆରମ୍ଭ କରି ଗାଈଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଇବାରେ ଅସୁବିଧା ଅନୁଭବ କରୁଛନ୍ତି ।ସେଥିପାଇଁ ପ୍ରଶାସନ ଉକ୍ତ ଗ୍ରାମକୁ ଦୁଇଟି ବୋଟ ଡ଼ଙ୍ଗା ପ୍ରଦାନ କରିବା ସହ ଚାଳକଙ୍କୁ ବି ନିଯୁକ୍ତ ଦେଇଛନ୍ତି । ବନ୍ୟା ଜଳ ଘେରରେ ଥିବା କିଛି ଗ୍ରାମବାସୀଙ୍କୁ ପ୍ରଶାସନ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ସହିତ ସୁଖିଲା ଖାଦ୍ୟ, ମହମବତୀ ଇତ୍ୟାଦି ଯୋଗାଇ ଦେଇଥିବା ଖବର ମିଳିଛି । ଆଜି ବିଭିନ୍ନ ସରକାରୀ ଅଧିକାରୀ ଓ ରାଜନେତାମାନେ ବନ୍ୟାଂଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.