Thursday , September 29 2022
Home / ବିଶେଷ / ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଉଚ୍ଚଶିକ୍ଷାନ୍ତ୍ରୀଙ୍କୁ ସ୍ୱାଗତ

ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଉଚ୍ଚଶିକ୍ଷାନ୍ତ୍ରୀଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୧୭/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଯୁବ ବିଜୁ ଜନତା ଦଳ ପକ୍ଷରୁ ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୁଜାରୀ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବୁଧବାର କେନ୍ଦ୍ରାପଡା ଦେଇ ଯାଉଥିବା ବେଳେ ଗରାପୁରସ୍ଥିତ ଡାକବଙ୍ଗଳାରେ କିଛି ସମୟ ପାଇଁ ଅଟକି ଯାଇଥିଲେ । ସେଠାରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଉପସଭାପତି ମହେନ୍ଦ୍ର ମିଶ୍ର, ସମ୍ପାଦକ ଲେଲିନ କୁମାର ସ୍ୱାଇଁ, ସମ୍ପାଦକ ଉମେଶ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ ପ୍ରମୁଖ ମନ୍ତ୍ରୀ ଶ୍ରୀ ପୁଜାରୀ ଓ ରାଜନଗର ବିଧାୟକ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.