Thursday , September 29 2022
Home / ବିଶେଷ / କେନ୍ଦ୍ରାପଡା ଉପକାରାଗାରରେ ନିମ୍ନମାନର ଖାଦ୍ୟକୁ ନେଇ କଏଦିଙ୍କ ଅନଶନ

କେନ୍ଦ୍ରାପଡା ଉପକାରାଗାରରେ ନିମ୍ନମାନର ଖାଦ୍ୟକୁ ନେଇ କଏଦିଙ୍କ ଅନଶନ

ଜେଲ ବିଭାଗ ଡିଆଜିଙ୍କ କେନ୍ଦ୍ରାପଡା ଜେଲ ପରିଦର୍ଶନ

କେନ୍ଦ୍ରାପଡ଼ା, ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ ବିଚାରାଧୀନ କଏଦିମାନେ ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବାକୁ ନେଇ ଅନଶନରେ ବସିରହିଥିବା ସୂଚନା ମିଳିଛି । ସେହି ଜେଲରେ ଥିବା କଏଦିମାନଙ୍କୁ ନିମ୍ନମାନର ଓ ଆବଶ୍ୟକ ପରିମାଣ ଠାରୁ କମ୍ ପରିମାଣର ଖାଦ୍ୟ ଜେଲ ପକ୍ଷରୁ ପ୍ରଦାନ କରାଯାଉଥିବା କଏଦିମାନେ ଅଭିଯୋଗ କରି ବୁଧବାର ସକାଳୁ ଉପକାରାଗାର ଭିତରେ ଅନଶନରେ ବସିରହିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଖବର ପାଇ ଜେଲ ବିଭାଗ ଡିଆଇଜି କୁଳମଣୀ ବେହେରା କେନ୍ଦ୍ରାପଡା ଉପକାରାଗାରରେ ପହଂଚି କଏଦିମାନଙ୍କୁ ବୁଝାଶୁଝା କରିଥିଲେବି କଏଦିମାନେ ସେମାନଙ୍କ ଜିଦରେ ଅଟଳ ରହିଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଡିଆଇଜି ଶ୍ରୀ ବେହେରା ଓ ଜେଲ ଅଧିକ୍ଷକ ଶଶିକାନ୍ତ ମାହାଲିକ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିବା ଏକ ବିଶେଷ ସୁତ୍ରରୁ ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ରାପଡା ଉପକାରାଗାରର ଅଧିକ୍ଷକ ଶଶିକାନ୍ତ ମାହାଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେବି ସେ ଫୋନ ରିସିଭ କରିନଥିଲେ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କଏଦିମାନେ ଅନଶନରେ ବସି ରହିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.