Thursday , September 29 2022
Home / ବିଶେଷ / ଆଜି ରାତି ବହୁତ ଗୁରୁତ୍ଵପୂର୍ଣ୍ଣ , ମୁଣ୍ଡଳିରେ ଆସନ୍ତାକାଲି ପହଞ୍ଚିବ ଅଧିକ ହୀରାକୁଦ ଜଳ —

ଆଜି ରାତି ବହୁତ ଗୁରୁତ୍ଵପୂର୍ଣ୍ଣ , ମୁଣ୍ଡଳିରେ ଆସନ୍ତାକାଲି ପହଞ୍ଚିବ ଅଧିକ ହୀରାକୁଦ ଜଳ —

ଦୁଇ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି ରଘୁ ଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି

ଭୁବନେଶ୍ୱର,୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ରାତି ବହୁତ ଗୁରୁତ୍ଵପୂର୍ଣ୍ଣ, ମୁଣ୍ଡଳିରେ ଆସନ୍ତାକାଲି ପହଞ୍ଚିବ ଅଧିକ ହୀରାକୁଦ ଜଳ  ।   ରାଜ୍ୟର ବନ୍ୟା ପରିସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ପ୍ରେସ୍ ମିଟ୍ ରେ ପ୍ରକାଶ କରିଛନ୍ତି । ମୁଣ୍ଡଳିରେ ବନ୍ୟା ଜଳ କମୁଛି । ଆଜି ସକାଳେ ୧୨ ଲକ୍ଷ ୧ ହଜାର ଥିବା ବେଳେ ସନ୍ଧ୍ୟା ୭ ଟାରେ ୧୦ ଳକ୍ଷ ୪୯ ହଜାର ରହିଥିଲା । ଏବେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବହିତ ହେଉଛି । ଏହା ୯ ଲକ୍ଷ ପର୍ୟ୍ୟନ୍ତ ଖସିବାର ସମ୍ଭାବନା ରହିଛି। ଗେଟ୍ ଖୋଲିବା ଦ୍ଵାରା ଆସନ୍ତକାଲି ପୁଣି ଜଳସ୍ତର ବଢିବ । ପ୍ରାୟ ୯ ଲକ୍ଷ ୫୦ ହଜାରରୁରୁ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ ଏବଂ ୨ ଘଣ୍ଟା ପରେ କମିବ। ଏବେ କେନ୍ଦ୍ରପାଡା, ଜଗତସିଂହପୁର, କଟକ, ପୁରୀ , ୪ ଜିଲ୍ଳା ରେ ବନ୍ୟା ପିକ୍ରେ ରହିଛି।

ଆଜି ରାତିଟା କେବଳ ଜଗିଵାକୁ ପଡ଼ିବ । ଅସନ୍ତାକାଲି ସକାଳୁ ସବୁ ଅଞ୍ଚଳରୁ ପାଣି କମିବା ଆରମ୍ଭ ହେବ। ରାଜ୍ୟରେ ବର୍ତମାନ ସୁଦ୍ଧା ୬ଟି ଘାଇ ସୃଷ୍ଟି ହୋଇଛି । ୧୯୭ ଟି ଘଳିଆ ବନ୍ଦ ହୋଇଛି। କୁଜଙ୍ଗ ପାଇକା ନଦୀରେ କାଠକୋଟ୍ ଠାରେ ଘାଇ ହୋଇଛି । ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି । ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳମାନଙ୍କୁ ସତର୍କ କରାଯାଇଛି। ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି। ପଳିଥିନ୍ ଗଛିତ ଅଛି। ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୫୦ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ୪୨୫ ଗାଁ ଜଳବନ୍ଦୀ ହୋଇଛି। ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଏବଂ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ। ଦୁଇ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଏବଂ ଜି ରଘୁ ଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏବେ ହୀରାକୁଦରେ ରିଜର୍ଭର ୬୨୬.୧୪ ଫୁଟ୍ ଅଛି । ବରମୁଳରେ ଏବେ ପହଞ୍ଚଛି ବନ୍ୟା ଜଳ। ଆସନ୍ତାକାଲି  ୯ ଟାରେ ମୁଣ୍ଡୁଳୀରେ ପହଞ୍ଚିବ । ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ ୫ ଲକ୍ଷ ୮୦ ହଜାର ୬୪୦ ଏବଂ ଆଉଟଫ୍ଲୋ ୬ ଲକ୍ଷ ୬୯ ହଜାର ୨୯୫ ରହିଛି । ଏବେ ୪୦ଟି ଗେଟ୍ ଖୋଲା ରହିବ । କାଲିଠୁ ବର୍ଷା ସମ୍ଭାବନା ଥିବାରୁ ବର୍ଷା ପରେ ହୀରାକୁଦରେ ଜଳ ସ୍ତର ୬୨୨ ଫୁଟ୍ ରଖିବାକୁ ଲକ୍ଷ୍ୟ ରଖିଛୁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.