Thursday , September 29 2022
Home / ବିଶେଷ / ଅସହାୟ କଲ୍ୟାଣ ସମିତି ପକ୍ଷରୁ ଅସହାୟମାନଙ୍କୁ ସହାୟତା ପ୍ରଦାନ

ଅସହାୟ କଲ୍ୟାଣ ସମିତି ପକ୍ଷରୁ ଅସହାୟମାନଙ୍କୁ ସହାୟତା ପ୍ରଦାନ

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ପାରାଦୀପର ଷଣ୍ଢକୁଦ ହେଉଛି ସବୁ ଠାରୁ ବଡ ବସ୍ତି । ଏଠାରେ ପାଖାପାଖି କୋଡିଏ ହଜାରରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଛନ୍ତି । ଏହି ବସ୍ତିରେ ଥିବା ଅସହାୟ ମଣିଷମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଗଠିତ ହୋଇଛି ଅସହାୟ କଲ୍ୟାଣ ସମିତି । ସମାଜସେବୀ ପଂଚାନନ ବେହେରା ଏହି ସମିତିର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ବେହେରାଙ୍କ ଉଦ୍ୟମରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟରେ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପାରାଦୀପର ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ । ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ସବିତା ମହାପାତ୍ର, ପାରିଷଦ ଜଗନ୍ନାଥ ରାଓ କାମ୍ବଲା,ନବ କିଶୋର ବେହେରା ଯୋଗ ଦେଇଥିଲେ । ସମିତିର ମୁଖ୍ୟ ଉପଦେଷ୍ଟା ସାମ୍ବାଦିକ ରତ୍ନାକର ଜେନା ଓ ଅନ୍ୟତମ ଉପଦେଷ୍ଟା ଆଇନଜୀବୀ ସଂଜୟ କୁମାର ମିଶ୍ର ଯୋଗ ଦେଇ ସମିତିର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷଣ୍ଢକୁଦର ବରିଷ୍ଠ ନାଗରିକ ସୁଧାଂଶୁ ବାଇ ସମିତିର ଏହି କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳ ସମିତି ପକ୍ଷରୁ ବସ୍ତିର ବୟସ୍କ, ଦିବ୍ୟାଙ୍ଗମାନଙ୍କୁ ଅସହାୟମାନଙ୍କୁ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଅସହାୟ କଲ୍ୟାଣ ସମିତିକୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପସଭାପତି ପ୍ରତିମା ବେହେରା,ସମ୍ପାଦିକା ସସ୍ମିତା ଭୂୟାଁ, କୋଷାଧ୍ୟକ୍ଷ ସନ୍ତୋଷ ମଣ୍ଡଳ, କୈଳାସ ବେହେରା, କୈଳାସ ଗୋଛାୟତ, ଶିବ ପ୍ରସାଦ ବାରିକ,ସୁଶାନ୍ତ ଜେନା,ଜୟଦେବ ରାଉଳ,ସୁଲୋଚନା ସେଠୀ,ରଶ୍ମିତା ନାୟକ,ଜ୍ୟୋସ୍ନାରାଣୀ ଦାସମରୁନି ଜେନା,ରୁନୁ ବିଶ୍ୱାଳ,ସବିତା ଚୌଧୁରୀ,ଯଦୁମଣି ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମିତିର ଏହି କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.