Thursday , September 29 2022
Home / ବିଶେଷ / ସ୍ୱାଧୀନତା ଦିବସରେ ଆତ୍ମପ୍ରକାଶ କଲା ଏକ ସ୍ୱତନ୍ତ୍ର ସାମାଜିକ ସଂଗଠନ ” କଟକ ସଦର ବିଚାର ମଞ୍ଚ”

ସ୍ୱାଧୀନତା ଦିବସରେ ଆତ୍ମପ୍ରକାଶ କଲା ଏକ ସ୍ୱତନ୍ତ୍ର ସାମାଜିକ ସଂଗଠନ ” କଟକ ସଦର ବିଚାର ମଞ୍ଚ”

କଟକ ସଦର, ୧୬/୦୮/୨୦୨୨(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ପୂର୍ଵ ଘୋଷଣା ଅନୁଯାୟୀ ଅଗଷ୍ଟ ୧୫ ରେ ଆତ୍ମପ୍ରକାଶ କରିଛି ଵହୁ ପ୍ରତିକ୍ଷିତ ଏକ ସ୍ୱତନ୍ତ୍ର ସାମାଜିକ ସଂଗଠନ ” କଟକ ସଦର ବିଚାର ମଞ୍ଚ”।ଏହାକୁ ପୂର୍ଣ୍ଣ୍ୟତୋୟା ଆଶ୍ରମର ଆଶ୍ରମାଧିଶ ପ୍ରେମସାଗର ଵାଵା ପ୍ରେମ ଆନନ୍ଦ ସରସ୍ୱତୀ ମହାରାଜ ଆଭାସୀ ଜରିଆରେ ଆନୁଷ୍ଠାନିକ ଭାଵେ ଶୁଭାରମ୍ଭ କରିଥିଲେ। ସର୍ବସମ୍ମତିକ୍ରମେ ମଞ୍ଚର କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଛି।ଏଥିରେ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ମାନସ କୁମାର ଲେଙ୍କା, ଉପସଭାପତି ବରିଷ୍ଠ ସମାଜସେବୀ କିଶୋର ଜେନା, ସାଧାରଣ ସମ୍ପାଦକ ଆଡଭୋକେଟ ଆଲୋକ କୁମାର ଭଞ୍ଜ,ସମ୍ପାଦିକା ସମାଜସେଵୀକା କଳ୍ପନା ମହାନ୍ତି, କୋଷାଧ୍ୟକ୍ଷ ସମାଜସେବୀ ଗଜେନ୍ଦ୍ର ସ୍ୱାଇଁ ଙ୍କୁ ମନୋନୀତ କରାଯାଇଛି। ଉପଦେଷ୍ଟା ମଣ୍ଡଳୀରେ ରାମ ଚନ୍ଦ୍ର ସାହୁ,ଵିପ୍ର ଚରଣ ଭୋଳ, ହୃଷିକେଶ ଜେନା,ଶରତ ରାୟ, ମହମ୍ମଦ ଆସଫାକ୍, ପୀତାମ୍ବର ପରିଜା ଓ ଅଧ୍ୟାପକ ବିଚିତ୍ରାନନ୍ଦ ଜେନାଙ୍କୁ ମନୋନୀତ କରାଯାଇଥିବା ବେଳେ ୨୧ ଜଣଙ୍କୁ କାର୍ଯ୍ୟକାରୀ କମିଟିର ନିମନ୍ତ୍ରିତ ସଦସ୍ୟ ଭାବେ ନିଆ ଯାଇଛି।ଏଥିରେ କଟକ ସଦର ଵିକାଶ ମଞ୍ଚ ସଭାପତି ସୁଵୋଧ ବେହେରା ଓ କିଶନନଗର ଵିକାଶ ମଞ୍ଚ ସାଧାରଣ ସମ୍ପାଦକ ଅଶୋକ ସାମଲ ପ୍ରମୁଖ ସ୍ୱତପ୍ରଵୃତ ଭାଵେ ସାମିଲ ହୋଇଛନ୍ତି। ସମସ୍ତଙ୍କ ବିଚାରଧାରାକୁ ନେଇ ଲୋକଙ୍କ ସାଥିରେ ସଵୁ ସମୟରେ ରହିଵା ପାଇଁ ମଞ୍ଚ କାର୍ଯ୍ୟ କରିଵ ଏବଂ ବର୍ତ୍ତମାନ ଏହା କେବଳ କଟକ ସଦର ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରିବା ସହିତ ଆଗାମୀ ଦିନରେ ଏହା ସଦର ଉପଖଣ୍ଡକୁ ପରିବ୍ୟାପ୍ତ ହେଵ ବୋଲି ସାଧାରଣ ସମ୍ପାଦକ ଆଡଭୋକେଟ ଶ୍ରୀ ଭଞ୍ଜ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.