Thursday , September 29 2022
Home / ବିଶେଷ / ମଟର ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରାରେ ଦେଶ ପ୍ରେମ ଵାଣ୍ଟିଲା ‘ ଉତ୍କଳ ଵିକାଶ ପରିଷଦ’

ମଟର ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରାରେ ଦେଶ ପ୍ରେମ ଵାଣ୍ଟିଲା ‘ ଉତ୍କଳ ଵିକାଶ ପରିଷଦ’

କଟକ ସଦର, ୧୬/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସ୍ୱାଧୀନତାର ୭୫ ଵର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳିଛି ‘ ଉତ୍କଳ ଵିକାଶ ପରିଷଦ ‘ । ଏଥିପାଇଁ କିଛି ଦିନ ହେଲା ପରିଷଦର ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ଚାଲୁ ରହିଥିବା ବେଳେ ପ୍ରତିକୂଳ ପାଗ ସତ୍ୱେ ୪୨ ମୈ।ଜାରେ ମଟର ସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରାରେ ସଂଖ୍ୟାଧିକ ସଦସ୍ୟ ସାମିଲ ହୋଇଥିଲେ। ସେହିପରି ଅଗଷ୍ଟ ୧୫ ସୋମବାର ଦିନ ସଭାପତି ଶ୍ରୀ ସେଠୀଙ୍କ ନେତୃତ୍ୱରେ ଏକ ଵଡ ଧରଣର ମଟରସାଇକେଲ ତ୍ରିରଙ୍ଗା ଶୋଭାଯାତ୍ରା କିଶନନଗର ଅଞ୍ଚଳରେ କରାଯାଇ ଲୋକମାନଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବା ସହିତ କାର୍ୟ୍ୟକ୍ରମର ଉଦଯାପିତ କରାଯାଇଛି।ପରିଷଦର ଏତାଦୃଶ କାର୍ୟ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.