Thursday , September 29 2022
Home / ବିଶେଷ / ବାଲିସାହି ଥାଇଥାନ ଵସ୍ତିରେ ପଶିଲା ଵନ୍ୟା ଜଳ,ଦୂର୍ଦଶାରେ ବସ୍ତିବାସିନ୍ଦା

ବାଲିସାହି ଥାଇଥାନ ଵସ୍ତିରେ ପଶିଲା ଵନ୍ୟା ଜଳ,ଦୂର୍ଦଶାରେ ବସ୍ତିବାସିନ୍ଦା

କଟକ ସଦର,୧୬/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସହର ନବୀକରଣ ପାଇଁ ଉଚ୍ଛେଦ ହୋଇଥିବା ବସ୍ତିବାସିନ୍ଦାଙ୍କୁ ନୂଆପଡ଼ା ବାଲିସାହି ରେ ଥଇଥାନ କରାଯାଇଥିଲା । ଚଳିତ କାଠଯୋଡ଼ି ର ଵନ୍ୟା ଜଳ ଏହି ଥଇଥାନ ଵସ୍ତିରେ ପ୍ରବେଶ କରିଛି।ଯାହା ଫଳରେ ଏହି ଵସ୍ତିରେ ରହୁଥିବା ଦେଢ ହଜାରରୁ ଉର୍ଦ୍ଧ୍ଵ ବସ୍ତିବାସିନ୍ଦାଙ୍କ ଦୂର୍ଦଶା କହିଲେ ନସରେ।ଵସ୍ତିଟି ଏଵେ ସମ୍ପୁର୍ଣ୍ଣ ଜଳ ଵନ୍ଦିରେ ରହିଛି। ଯାହା ଫଳରେ ଲୋକେ ଉପାସ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଵା ସହିତ ପର୍ଯ୍ୟାପ୍ତ ପରିମାଣର ରିଲିଫ ଯୋଗାଇଦେବା କୁ ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ଆଵାହକ ଖଗେଶ୍ବର ସେଠୀ ଦାବି କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.