Thursday , September 29 2022
Home / ବିଶେଷ / ଗତିରାଉତପାଟଣା କେଶଵଧାମରେ ଥିଵା ଆଵାସିକ ସରସ୍ଵତୀ ଶିଶୁ ମନ୍ଦିର ଭିତରେ ପଶିଲା ମହାନଦୀ ଵନ୍ୟାଜଳ,ଛାତ୍ରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ଗତିରାଉତପାଟଣା କେଶଵଧାମରେ ଥିଵା ଆଵାସିକ ସରସ୍ଵତୀ ଶିଶୁ ମନ୍ଦିର ଭିତରେ ପଶିଲା ମହାନଦୀ ଵନ୍ୟାଜଳ,ଛାତ୍ରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

କଟକ ସଦର,୧୬/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା କେଶଵଧାମରେ ଥିଵା ଆବାସିକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମହାନଦୀ ଵନ୍ୟା ଜଳ ପ୍ରଵେଶ କରିଛି। ହିରାକୁଦରେ ଆଜି ସୁଦ୍ଧା ୪୦ ଗେଟ ଖୋଲାଯାଇ ଥିଵାରୁ ମହାନଦୀରେ ଅଧିକ ଵନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେଥିରେ ଆସନ୍ତା ୪୮ ଘଣ୍ଟା ଵନ୍ୟା ପାଇଁ ବିପଦପୂର୍ଣ୍ଣ ଥିଵା ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା ଆଜି ମଙ୍ଗଳବାର କହିଥିଵାରୁ ଅଧ୍ୟୟନରତ ଛାତ୍ରମାନେ ଅଧିକ ଆଶା ଆଶଙ୍କାରେ ଥିଲେ। ଏଥିପାଇଁ ବିଦ୍ୟାଳୟ କତୃପକ୍ଷ ଓଡ୍ରାଫ ଟିମ୍ ସହାୟତାରେ ପାଣି ଘେରରେ ଥିଵା ୬୦୦ ଛାତ୍ରଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣାପଡିଛି। ଅଭିଭାବକମାନେ ଖଵର ପାଇ ସେମାନଙ୍କ ପିଲାଙ୍କୁ ଘରକୁ ନେଇଯାଉଥିବା ଦେଖାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.