Wednesday , September 28 2022
Breaking News
Home / ବିଶେଷ / କମିଛି ବର୍ଷା ବଢୁଛି ପାଣି – ଏକର ଏକର ଚାଷ ଜମି ଜଳମଗ୍ନ – ଘଟଣାସ୍ଥଳରେ ବିଡିଓ,ତହସିଲିଦାର

କମିଛି ବର୍ଷା ବଢୁଛି ପାଣି – ଏକର ଏକର ଚାଷ ଜମି ଜଳମଗ୍ନ – ଘଟଣାସ୍ଥଳରେ ବିଡିଓ,ତହସିଲିଦାର

ନିରାକାରପୁର, ୧୬/୦୮/୨୦୨୨(ଓଡ଼ିଶା ସମାଚାର)- ଲଘୁଚାପ ଜନିତ ବର୍ଷା ଗତ ଦୁଇଦିନ ହେଲା ବନ୍ଦ ରହିଥିଲେ ବି ମହାନଦୀରେ ଆସିଥିବା ବନ୍ୟାଯୋଗୁଁ ଖୋର୍ଦ୍ଧାବ୍ଲକର ଦୁଇଟି ପଂଚାୟତର ବାସିନ୍ଦା ଜଳବନ୍ଧୀ ହୋଇ ରହିଛନ୍ତି । ବିଶେଷ କରି ବନ୍ୟାଜଳ ହିରାକୁଦ ଜଳଭଣ୍ଡାରରୁ ନିସ୍କାସନ ହେବା ଫଳରେ ମହାନଦୀରେ ବନ୍ୟାଜଳ ପ୍ରଭାବିତ ହୋଇଥାଏ । ଫଳରେ ମହାନଦୀ ସଲଗ୍ନ ରାଜୁଆ ଓ ଦୟାନଦୀରେ ମହାନଦୀ ପାଣି ଆଶିବା ପରେ ଖୋର୍ଦ୍ଧାବ୍ଲକର ଦୁଇଟି ପଂଚାୟତ ନରଣଗଡ ଓ ଓବରସିଂହ ଗ୍ରାମପଂଚାୟତର ଦୁଃଖ ବଢିବାରେ ଲାଗେ । ରାଜୁଆ ନଦୀର ବନ୍ୟାଜଳ ପଛୁଆ ପ୍ରଭାବିତ ହୋଇ ଓରବରସିଂହ ଗ୍ରାମପଂଚାୟତର ହିରିମୂଳୁ ଡିହଖୋଳ,ଦୁର୍ଗାପୁର ଓ ନରଣଗଡ ଗ୍ରାମପଂଚାୟତର ଓରିମ, ମାନପୁ.ବଳପୁର,ଧବଳପୁର ଆଦିଗ୍ରାମ ଜଳମଗ୍ନ ହୋଇଯାଇଛି । ଏହା ଅଂଚଳପାଇଁ କିଛି ନୂଆକଥାନୁହେଁ । ପ୍ରତିବର୍ଷ ବନ୍ୟା ସମୟରେ ଉକ୍ତ ଗ୍ରାମଗୁଡିକ ପ୍ରଭାବିତ ହୋଇଥାଏ । ବର୍ଷା ନଥାଇ ମଧ୍ୟ ଏମାନେ ବନ୍ୟାର କଷଣ ଭୋଗିଥାନ୍ତି । ରଜୁଆ ନଦୀରେ ବନ୍ୟାଜଳ ଆସିବା ଫଳରେ ଓରବସିଂହ ଗ୍ରାମପଂଚାୟତର ହିରିମୂଳ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ଡିହଖୋଳା,ଦୁର୍ଗାପୁର ଗାଁ ଦାଣ୍ଡରେ ପ୍ରାୟ ୩ଫୁଟରୁ ଉର୍ଦ୍ଧ ବନ୍ୟାଜଳ ଭରି ରହିଛି । ଦୁର୍ଗାପୁର ରାସ୍ତାରେ ୩ଫୁଟ ବନ୍ୟାଜଳ ପ୍ରଭାବିତ ହେଉଥିବା ବେଳେ ଉକ୍ତ ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଛି । ସମପରିମାଣରେ ନରଣଗଡ ଗ୍ରାମପଂଚାୟତର ଓରିମି ମାନପୁର,ବଳପୁର ଧବଳପୁର ଗ୍ରାମରେ ବନ୍ୟାଜଳ ଲହଡି ଭାଙ୍ଗୁଛି । ଲୋକମାନେ ଏକ ପ୍ରକାର ଜଳବନ୍ଦୀ ଆବସ୍ତରେ ରହିଛନ୍ତି । ଏକର ଏକର ଚାଷ ଜମିରେ ବନ୍ୟାଜଳ ମାଡିଯିବା ଫଳରେ ଧାନଗଛଗୁଡିକ ବୁଡି ରହିଛି । ଓରିମି,ମାନପୁର ଧବଳପୁର, ହିରିମୂଳ, ଦୁର୍ଗାପୁର, ଡିହଖୋଳ ଆଦି ଗ୍ରାମରେ ବନ୍ୟାଜଳ ଘରେ ପଶିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲାଆରଖି ଅଧିକ୍ଷକ, ବିଡିଓ, ତହସିଲିଦାର ବନ୍ୟା ବିପନ୍ନଙ୍କୁ ଭେଟିବା ସହିତ ୧୬୮ଜଣଙ୍କୁ ନିରାପତା ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ବନ୍ୟା ଅଂଚଳରେ ୨ଟି ମଟର ଚାଳିତ ଡଙ୍ଗା ମାଧ୍ୟମରେ ଲୋକମାନଙ୍କର ଜାତାୟତ କରିବାକୁ ରଖାଯାଇଥିବା ବେଳେ ଘଟଣାସ୍ଥଳରେ ଗୋଟିଏ ଓଡିଆରଏଫ ଟିମ୍ ରହିଛନ୍ତି । ମେଡିକାଲ ଟିମ୍ ଘରଘରବୁଲି ସ୍ୱାସ୍ଥ୍ୟଗତ ସମସ୍ୟା ବୁଝିବା ସହିତ ମାନପୁର ବାତ୍ୟା ଆଶ୍ରୟ ସ୍ଥଳରେ ଏକ ସ୍ୱାସ୍ଥ୍ୟ କ୍ୟାମ୍ପ ଖୋଲାଯାଇଛି । ପ୍ରଶାସନ ତରଫରୁ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯିବା ସହିତ ପର୍ଯ୍ୟାପ୍ତ ପରିମାଣରେ ପାଣି ମହଜୁଦ୍ ଅଛି ବୋଲି ତହସିଲିଦାର ମତଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.