Thursday , September 29 2022
Home / ରାଜନୀତି / କଂଗ୍ରେସ ପକ୍ଷରୁ ସହିଦ୍ ଙ୍କୁ ସଲାମ

କଂଗ୍ରେସ ପକ୍ଷରୁ ସହିଦ୍ ଙ୍କୁ ସଲାମ

ପାଟକୁରା,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ସ୍ବାଧୀନତା ଦିବସ ଅବସରରେ ପାଟକୁରା କଂଗ୍ରେସ ପକ୍ଷରୁ ଦେଶ ପାଇଁ ବୀର ଜବାନ ମାନେ ନିଜକୁ ବଳିଦାନ ଦେଇ ଅମର ହୋଇଥିବା ସହିଦ୍ ଙ୍କୁ ୭୫ ତମ ସ୍ବାଧୀନତା ଅବସରରେ ପାଟକୁରା କଂଗ୍ରେସ ପକ୍ଷରୁ ସଲାମ ଦିଆଯାଇଛି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ବଙ୍ଗାଳପୁର ପଞ୍ଚାୟତର ଶାସନ ଗ୍ରାମର ସହିଦ୍ ସୁବାସ ଚନ୍ଦ୍ର ଜେନା ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ତାଙ୍କର ଦେଶପାଇଁ ବଳିଦାନ ପାଇଁ ତାଙ୍କର ପିତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ସେହିପରି ବଡବେତେରା ପଞ୍ଚାୟତ ଭାରିଗୋଳ ଗ୍ରାମର ସହିଦ୍ ବିଦ୍ୟାଧର ବାରିକ , ସାନଅଢଙ୍ଗା ପଞ୍ଚାୟତର ନଗରିପଡା ଗ୍ରାମର ସହିଦ୍ ରବିନ୍ଦ୍ରନାଥ ସାମଲ ଓ ବେଡାରୀ ପଞ୍ଚାୟତର ଵେଡାରୀ ଗ୍ରାମର ସହିଦ୍ ରୂପକୁମାର ନାୟକ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ତାଙ୍କ ପ୍ରୀୟଜନ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ କର୍ମୀ ସୁବାସ ସାମଲ, ବ୍ଲକ କଂଗ୍ରେସ କମିଟି ସଭାପତି ଜ୍ୟୋତି ରଞ୍ଜନ ପରିଡ଼ା, ଜିଲ୍ଲା କଂଗ୍ରେସ କମିଟି ସଂପାଦକ ନିରଞ୍ଜନ ରାଉତ, ଉପସଭାପତି ଦୟାନିଧି ଜେନା, ଯୁବ କଂଗ୍ରେସ ନେତା ସଂଗ୍ରାମ ପୃଷ୍ଟି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଘୁନାଥ ଶତପଥୀ, ଶଙ୍କର୍ଷଣ ମଲ୍ଲିକ ରମାକାନ୍ତ ସ୍ବାଇଁ, କୃଷକମୋର୍ଚ୍ଚା ସଭାପତି ରଞ୍ଜନ ପରିଜା, ଫକିର ଲେଙ୍କା, ସୁରେନ୍ଦ୍ର ବାରିକ୍, ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, କୁମାର ପାଣି, ସୁବୋଧ ସାମଲ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦଳୀୟ କାର୍ୟ୍ୟଳୟ ବନ୍ଧସାହି ଠାରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାଛଡା ଘୋଡାଦଣ୍ଡା ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପତିମୃତି ରେ ପୁଷ୍ପଗୁଛ ଦେଇ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.