Wednesday , September 28 2022
Breaking News
Home / ବିଶେଷ / ଏଆଇପିଏଲ ପରିସରରେ ସ୍ୱାଧୀନତା ଦିବସ ଅନୁଷ୍ଠିତ

ଏଆଇପିଏଲ ପରିସରରେ ସ୍ୱାଧୀନତା ଦିବସ ଅନୁଷ୍ଠିତ

ନିରାକାରପୁର, ୧୬/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ାସ୍ଥିତ ଏଆଇପିଏଲ ପରିସରରେ ମହାସମାରୋହରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପତାକା ଉତୋଳନ ଅବସରରେ ସବୁ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହିଥିଲେ । ଗୌରଭ ଦାସ, ସନ୍ଦୀପ ମାଲିକାରଙ୍ଗା ରାଓ, ପରର୍ଶୁରାମ, ସୂର୍ଯ୍ୟ, ତିରୁପତି, ଅଜିତ କୁମାର, ସିମାଂଚଳମ, ଶଶୀ, ଜିତେନ୍ଦ୍ର, ମୋସମ, ଯାଦବ, ଦୀପକ, ପୁରୁଷୋତମ ମଣ୍ଡଳ ପ୍ରମୁଖ ଯୋଗ ଦେବା ସହ ସମସ୍ତ ସୁପରଭାଇଜର ଓ କର୍ମଚାରୀ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ହଜାରେ ଲୋକଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଏଲ ସନ୍ଦୀପ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.