Thursday , September 29 2022
Home / ବିଶେଷ / ଅପରାହ୍ନରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି

ଅପରାହ୍ନରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ବଢ଼ିବାରେ ଲାଗିଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ୬୨୬.୦୮ ଫୁଟରେ ପହଂଚିଲାଣି । ବନ୍ୟା ପ୍ରଭାବିତ ଅଂଚଳରେ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ବିଦ୍ୟାଳୟର ଆସବାବ ପତ୍ର, ମଧ୍ୟାହ୍ନ ଭୋଜନ ଜିନିଷ ପତ୍ର ସୁରକ୍ଷିତ ଭାବେ ରଖିବା ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ କ୍ରମେ ଜଗତସିଂହପୁର ଜିଲାପାଳ ଜିଲାର ସ୍କୁଲ ଗୁଡ଼ିକୁ ଆସନ୍ତା ୧୭ ତାରିଖ ପର୍ୟ୍ୟନ୍ତ ଛୁଟି ଘୋଷଣା କରିସାରିଲେଣି । ଲୋକମାନଙ୍କୁ ନୀରବଛିନ୍ନ ପାନୀୟ ଜଳ ଯୋଗାଣ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ, ସରକାରୀ କର୍ମଚାରୀଙ୍କ ଛୁଟି ୭ ଦିନ ପାଇଁ ବାତିଲ ଆଦି ନିର୍ଦ୍ଧେଶ ଦେଇଛନ୍ତି । ଜିଲାପାଳ ମାନଙ୍କୁ ସତର୍କ କରାଯାଇଛି । ଆଗାମୀ ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ । ଏହାପରେ ଅପରାହ୍ନରେ ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ମୁଣ୍ଡଳିରେ ୧୦ ରୁ ୨୦ ହଜାର କ୍ୟୁସେକ୍ ଅଧିକ ପାଣି ଆସିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପଥରଲା, ଖଇରମାଳ, ବରମୂଳରେ ଜଳ ପ୍ରବାହ କମିଛି । ମୁଣ୍ଡଳୀରେ ଜଳସ୍ତର ବଢ଼ିଛି । ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରଭାହିତ ହୋଇଛି । ୧୧ ଲକ୍ଷ ୬୦ ହଜାର କ୍ୟୁସେକ ପାଣି ପାସ କରୁଛି । ଆଗକୁ ଏହା ୧୦ ରୁ ୨୦ ହଜାର କ୍ୟୁସେକ ବଢ଼ିପାରେ । ତାପରେ ମୁଣ୍ଡଳୀରେ ବି ଜଳ ପ୍ରବାହ କମିବ । ଅପରାହ୍ନରେ ହୀରାକୁଦର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ତେଲ ବେସିନରେ ମଧ୍ୟ ଜଳ ପ୍ରବାହ କମିବା ଆରମ୍ଭ କରିଛି । କିଛି ସ୍ଥାନରେ ଘଳିଆ ହୋଇଛି । ତାହାର ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.