Wednesday , September 28 2022
Breaking News
Home / ବିଶେଷ / ହୀରାକୁଦ ଜଳ ଭଣ୍ଡାରର ୮ ଟି ଗେଟ୍ ବନ୍ଦ ହେବ, ଆସନ୍ତା କାଲି ପର୍ଯ୍ୟନ୍ତ ୨୬ ଟି ଗେଟ ଖୋଲା ରହିବ – ଏସଆରସି

ହୀରାକୁଦ ଜଳ ଭଣ୍ଡାରର ୮ ଟି ଗେଟ୍ ବନ୍ଦ ହେବ, ଆସନ୍ତା କାଲି ପର୍ଯ୍ୟନ୍ତ ୨୬ ଟି ଗେଟ ଖୋଲା ରହିବ – ଏସଆରସି

ଭୁବନେଶ୍ୱର,୧୫/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ୮ ଟି ଗେଟ୍ ବନ୍ଦ ହେବ । ଆସନ୍ତା କାଲି ସକାଳ ୯ ଟା ପର୍ଯ୍ୟନ୍ତ ୨୬ ଟି ଗେଟ ଖୋଲା ରହିବ ବୋଲି ଏସଆରସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସମୟ ପରେ ପୁଣି ସମିକ୍ଷା ପରେ ଆଉ ଗେଟ ଖୋଲିବ କି ଆଉ ଗେଟ ବନ୍ଦ କରାଯିବ ତାହା ନିଷ୍ପତି ଗ୍ରହଣ କରାଯିବ । ରାଜ୍ୟର ବନ୍ୟା ପରିସ୍ଥିତି ସମ୍ପର୍କରେ ସମିକ୍ଷା କରିବା ପରେ ଏହି ନିଷ୍ପତି ନିଆଯାଇଥିବା ଏସଆସି କହିଛନ୍ତି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଜଳଭଣ୍ଡାରର ଜଳସ୍ତର ୬୩୦.୦୦ ଘନ ଫୁଟ କ୍ଷମତା ଥିବା ବେଳେ ବର୍ତ୍ତମାନ ୬୨୧.୦୦ ଘନ ଫୁଟ ରହିଛି। ୩୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ଵରେ ୨୬ ଗେଟ ଓ ଡାହାଣ ପାର୍ଶ୍ଵରେ ୮ ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ୮ ଲକ୍ଷ ୫୪ ହଜାର ୫୬୯ କ୍ୟୁସେକ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ୫ ଲକ୍ଷ ୬୩ ହଜାର ୭୮୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ବର୍ତମାନ ପାଇଁ ୮ ଟି ଗେଟ୍ ବନ୍ଦ କରାଯିବା ପାଇଁ ନିଷ୍ପତି ନିଆଯାଇ ୮ ଟି ଗେଟ୍ ବନ୍ଦ କରାଯିବା ପାଇଁ ନିର୍ଦ୍ଧେଶ ଦିଆଯାଇ ସାରିଛି । ବାମ ପାର୍ଶ୍ୱରେ ୧୮ଟି ଏବଂ ଡାହାଣ ପାଶ୍ୱରେ ୮ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯିବ।
ଯେଉଁ ୩୪ ଟି ଗେଟ ଦେଇ ବନ୍ୟା ଜଳ ଛଡ଼ାଯାଉଥିଲା । ସକାଳ ୬ଟା ସୁଦ୍ଧା ଖଇରମାଳ ଦେଇ ୧୦ ଲକ୍ଷ ୫୨ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୯ ଲକ୍ଷ ୭୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳୀ ଦେଇ ମହାନଦୀରେ ୯ ଲକ୍ଷ କ୍ୟୁସେକ ଜଳ, ଯୋବ୍ରା ବ୍ୟାରେଜ ଦେଇ ୩ ଲକ୍ଷ ୮୯ ହାଜର ୪୧ କ୍ୟୁସେକ ଜଳ ଓ ନରାଜ ଦେଇ କାଠଯୋଡ଼ି ନଦୀରେ ୪ ଲକ୍ଷ ୨୩ ହଜାର ୨୩୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି।ତାହା ଆଜି ସନ୍ଧ୍ୟାରୁ ରାତି ୯ ଟା ମଧ୍ୟରେ ୧୧ ଲକ୍ଷ କ୍ୟୁସେକ କୁ ବୃଦ୍ଧି ପାଇପାରେ । ଏହା ୧୨ ଲକ୍ଷ କ୍ୟୁସେକ୍ କୁ ବୃଦ୍ଧି ପାଇଲେ ତାହା ବିପଦ ଜନକ ପରିସ୍ଥିତି ସୃଷ୍ଟି କରିବ । ତେଣୁ ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ ୧୧ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ। ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ। ତାହା ବିପଦ ଜନକ ପରିସ୍ଥିତି ସୃଷ୍ଟି କରିବ । ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ୨୬ ଦଶମିକ ୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ଉପରେ ଏବେ ଜଳ ପ୍ରବାହିତ ହେଉଛି। କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲା ପ୍ରତି ନଜର ରଖାଯାଇଛି । ଜିଲାପାଳ ମାନଙ୍କୁ ସତର୍କ କରାଯାଇଛି । କେନ୍ଦ୍ରାପଡ଼ାର ସମସ୍ତ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ହେଡ଼କ୍ୱାଟର ନଛାଡ଼ିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ସ୍କୁଲ ଗୁଡ଼ିକ ଖୋଲା ରଖି ଶିକ୍ଷକ ମାନଙ୍କ ସହାୟତ ନିଆଯିବା ପାଇଁ ଜିଲା ଶିକ୍ଷା ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.