Thursday , September 29 2022
Home / ବିଶେଷ / ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ ତମ ସ୍ବାଧୀନତା ଦିବସ ଓ ଆଜାଦି କା ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ପ୍ରଧାନଶିକ୍ଷକ ଦେବପ୍ରସାଦ କର ଙ୍କ ଦ୍ୱାରା ପତାକା ଉତୋଳନ  କରାଯାଇ ଥିବାବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ,ଶିକ୍ଷୟିତ୍ରୀ  ଓ ଶିକ୍ଷାକର୍ମଚାରୀ କାଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରି କାଯ୍ୟକ୍ରମ ରେ ଯୋଗଦେଇ ଦେଶପ୍ରମର ବାର୍ତା ପ୍ରସାରକରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାଯ୍ୟକ୍ରମ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା ।ସିନିୟର ବିଭାଗରେ ଋତୁପୂର୍ଣା ପୁହାଣ ଓ ଜୁନିୟର ବିଭାଗରେ ସୂର୍ୟ୍ୟ ମହାନ୍ତି ପ୍ରଥମସ୍ଥାନ ଅଧିକାର କରିଥିଲେ। ଅତିଥିଭାବରେ ସ୍ଥାନୀୟ ସରପଞ୍ଚ ବିଶ୍ୱଭୂଷଣ ନାୟକ ଓ ସମିଟିସଭ୍ୟ ରଞ୍ଜନ କୁମାର ବେହେରା,ସମାଜ ସେବୀ ଧନୁର୍ଦ୍ଧର ସାହୁ,ପରିଚାଳନା ସମିତିସଭାପତି ରମେଶ ବେହେରା,ସାମ୍ବାଦିକ ଅଭୟ ଜେନା, ଅକ୍ଷୟ ଦାସ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ସୁଶାନ୍ତ କୁମାର ନାୟକ,ନହିମ ଖାଁ,ସୁଶାନ୍ତ ଦାସ,ସ୍ନେହଲତା ମାଝୀ,ଶୁଭସ୍ମିତା ମହାନ୍ତି,ପ୍ରଭାତୀ ବେହେରା,ରୂପାଲି ସେନାପତି,ସୌଦାମିନୀ କଂହର,ଶୁଭଶ୍ରୀ ମହାନ୍ତି,ସୁମିତ୍ରା ପାତ୍ର,ମିନତୀ ମିଶ୍ର ପ୍ରମୁଖ  ସମସ୍ତ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।ପରିଶେଷ ରେ ବରିଷ୍ଠ ଶିକ୍ଷାବିତ ରବୀନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣକରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.