Thursday , September 29 2022
Home / ବିଶେଷ / ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ବୁଡ଼ି ଗଲେ, ଜଣେ ଉଦ୍ଧାର, ଜଣେ ନିଖୋଜ

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ବୁଡ଼ି ଗଲେ, ଜଣେ ଉଦ୍ଧାର, ଜଣେ ନିଖୋଜ

ପୁରୀ, ୧୫/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ବୁଡ଼ି ଯାଇଥିଲେ ଜଣେ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି  । ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ରୁ ଜଣାପଡ଼ିଛି ଯେ ଆଜି ଅପରାହ୍ନ ୫ଟା ସମୟରେ ପଶ୍ଚିମବଙ୍ଗର ରବି ସିଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପୁରୀ ଦିଗବାରେଣୀ ଛକ ନିକଟସ୍ଥ ସମୁଦ୍ରରେ ଗାଧୋଉଥିବା ବେଳେ ଏପରି ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ଗାଧୋଉଥିବା ବେଳେ ଦୁଇଜଣ ଯୁବକ ହଠାତ୍ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ। ସେଠାରେ ମୁତୟନ ଥିବା ଲାଇଫ୍ ଗାର୍ଡମାନେ ବିହାରର ସାଗର କୁମାର ଚୌଧୁରୀଙ୍କୁ ଉଦ୍ଧାର କରିଥିବା ବେଳେ ରବି ସିଂଙ୍କୁ ପାଇନଥିଲେ । ବର୍ତ୍ତମାନ ପର୍ୟ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ। ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.