Thursday , September 29 2022
Home / ତାଜା ଖବର / ପାଇକା ନଦୀ ବନ୍ଧ ରେ  ଘଳିଆ ପଡ଼ିଛି  , ଘଳିଆ ବନ୍ଦ ପାଇଁ  ଯୋରଦାର  ଉଦ୍ୟମ ଜାରି

ପାଇକା ନଦୀ ବନ୍ଧ ରେ  ଘଳିଆ ପଡ଼ିଛି  , ଘଳିଆ ବନ୍ଦ ପାଇଁ  ଯୋରଦାର  ଉଦ୍ୟମ ଜାରି

ଗରଦପୁର, ୧୫/୦୮/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଦେଇ ପ୍ରବାହିତ ହେଉଥିବା ପାଇକା ନଦୀର ଉତର ପାଶ୍ୱର୍ ନଦୀ ବନ୍ଧ ଅତ୍ୟନ୍ତ ବିପଦ ଜନକ ଅବସ୍ଥାରେ ରହିଛି । ସେଠାରେ ଘଳିଆ ପଡ଼ିଥିଲା । ଘଳିଆ ବନ୍ଦ କରିବାକୁ ଯୋରଦାର ଉଦ୍ୟମ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ମହାନଦୀର ଉତରପାଶ୍ୱର୍ ଏମସିଆଇଅ୍ଧବ କେନାଲ ରେ ବଡ଼ନୟନପୁର ଇଟାଭାଟି ନିକଟରେ କୌଣସି ଯାଗାରେ ଘଳିଆ ଥିଲା । କେନାଲ ରେ ପାଣି ଆସିବା ପରେ କେନାଲରୁ ପାଣି ପାଇକା ନଦୀ ପଠାକୁ ଯାଉଥିଲା । ସେତେବେଳେ କେନାଲ କର୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇ ଘଳିଆ ମାରିନଥିଲେ । ଏବେ ହୀରାକୁଦରୁ ୩୪ ଟି ଗେଟଦେଇ ବନ୍ୟା ଜଳ ନିସ୍କିସିତ ହେବା ପରେ ପଠା ଉପରକୁ ପାଣି ଉଠିବା ପରେ ପାଇକା ନଦୀ ରୁ ବନ୍ୟା ଜଳ ସେହି ଘଳିଆ ବାଟେ କେନାଲ କୁ ପ୍ରବାହିତ ହେବା ଦେଖାଯାଇଥିଲା । ଏହାକୁ ଘଳିଆ ମାରିବା ପାଇଁ ତେଣ୍ଡାକୁଡ଼ା ସରପଂଚ ମାନସ କୁମାର ରାଉତ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୁବ ନେତା ଜମିଲ ଅଖତର ଙ୍କ ନେତୃତ୍ୱରେ ଶହ ଶହ ଯୁବକ ବର୍ତମାନ ଏହି ଘଳିଅକୁ ମରାମତି କରିବାରେ ଲାଗିଛନ୍ତି । ବର୍ତମାନ ସୁଦ୍ଧା ୫୦୦ ରୁ ଉଦ୍ଧ୍ୱର୍ ବାଲିବସ୍ତା ପକାଯାଇସାରିଲାଣି । ଗୋଟିଏ ଜେସିବି, ୨ ଟି ଟ୍ରାକ୍ଟର ଓ ଶହ ଶହ ଯୁବକ ଏହି କାର୍ଯ୍ୟରେ ଲାଗିଛନ୍ତି । ଏହି ନଦୀ ବନ୍ଧ ଦେଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ଆଜି ରାତିରେ ଅଧିକ ପାଣି ଆସିବାକୁ ଥିବାରୁ ଏହି ଘଳିଆକୁ ନେଇ ଅଂଚଳର ଲୋକମାନେ ଚିନ୍ତାରେ ପଡ଼ିଯାଇଛନ୍ତି । କେନାଲ କର୍ତୃପକ୍ଷ ଏହି ଘଳିଆକୁ ପୂର୍ବରୁ ମରାମତି କରିଥିଲେ ଆଜି ଏହି ଅବସ୍ଥା ସୃଷ୍ଟି ହୋଇନଥାନ୍ତା ବୋଲି ସ୍ଥାନୀୟ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି । ଯଦି ଏଠାରେ ଘାଇ ହୋଇ ଧନ ଜୀବନ କ୍ଷୟକ୍ଷତି ହୁଏ , ତେବେ ସେଥିପାଇଁ କେନାଲ କର୍ତୃପକ୍ଷ ଙ୍କ ଅବହେଳାରୁ ଏହା ହେଲା ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.