Wednesday , September 28 2022
Breaking News
Home / ବିଶେଷ / କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତ  ହେଲେ ୪ କଏଦୀ

କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତ  ହେଲେ ୪ କଏଦୀ

କେନ୍ଦୁଝର ୧୫/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତ  ହେଲେ ୪ କଏଦୀ । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଅଳ୍ପ ସଜାରେ ଦଣ୍ଡିତ ପରେ ଆଚରଣରେ ପରିବର୍ତ୍ତନ ହୋଇଥିବା ୪ ଜଣ ପରିବର୍ତ୍ତିତ କଏଦୀଙ୍କୁ ମୁକ୍ତ କଲେ ସରକାର ।

ଏହି ୪ ଜଣ କଏଦୀ ୧୦ ବର୍ଷରୁ କମ ସଜାରେ ଦଣ୍ଡିତ ହୋଇ ଜେଲରେ ଥିବା ବେଳେ ସେମାନଙ୍କ ଆଚରଣ ଏବଂ ସ୍ଵଭାଵରେ ପରିବର୍ତ୍ତନ ଆସିଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ଜେଲ ପକ୍ଷରୁ ସୁପାରିଶ କରାଯାଇଥିଲା । ଫଳରେ ସେମାନେ ଆଜି ମୁକ୍ତ ହୋଇଛନ୍ତି । ଓଡିଶାରୁ ସମୁଦାୟ ଉଣେଇଶ ଜଣ କଏଦୀ ମୁକ୍ତି ପାଇବାକୁ ଥିବାବେଳେ ସେଥିମଧ୍ୟରୁ କେନ୍ଦୁଝରରୁ ଚାରି ଜଣ ରହିଛନ୍ତି ।

ବ୍ରହ୍ମପୁର ସର୍କଲ ଜେଲରୁ ବିଜୟ ପାତ୍ର, ରାମଚନ୍ଦ୍ର ନାହାକ, ସାରଥି ଭୂୟାଁ, ପ୍ରଶାନ୍ତ କୁମାର ପଟ୍ଟନାୟକ, ନିତ୍ୟାନନ୍ଦ ସାହୁ ଏବଂ ସୁଶାନ୍ତ ପାଢ଼ୀ। ସେହିପରି ପୁରୀ ଜେଲ୍ ରୁ ବେଣୁ ଭୋଇ, ଦିପ୍ତୀ ରଞ୍ଜନ ସେଠୀ ଓ ମହନ୍ତ ନାୟକ ମୁକ୍ତ ହେବେ। କେନ୍ଦୁଝର ଜେଲ୍ ରୁ ରାମ ମୁଣ୍ଡା, ଶ୍ରୀଧର ନାୟକ, ବିଷ୍ଣୁଚରଣ ମହାନ୍ତ, ବଳରାମ ମୁଣ୍ଡାଙ୍କୁ ମୁକ୍ତି ମିଳିବ। ଚୌଦ୍ୱାର ଜେଲ୍ ରୁ ହରିହର ନାୟକ, କୋରାପୁଟ୍ ଜେଲରୁ ଦିବା ପରଜା ଏବଂ ଭାରତ ହୁଇକା ମୁକ୍ତି ପାଇବେ। ସୁନ୍ଦରଗଡ଼ ଜେଲ୍ ରୁ ମୋରିସ୍ କେରକେଟା ଓରଫ ମୁରଲୀ ଏବଂ ମଦନପୁର-ରାମପୁର ଜେଲ୍  ରୁ ଝସକେତନ ସାହୁ ମୁକ୍ତ ହେବେ। ଓଡ଼ିଶା ସମାଚାର

Leave a Reply

Your email address will not be published.