Wednesday , September 28 2022
Breaking News
Home / ବିଶେଷ / କିଶନନଗରରେ ତହସିଲ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ – –

କିଶନନଗରରେ ତହସିଲ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ – –

 ସାମ୍ବାଦିକ ମାନଙ୍କୁ ଉପେକ୍ଷା,ସୈ।ଜନ୍ୟତା ଭୂଲିଗଲେ ତହସିଲଦାର

କଟକ ସଦର, ,୧୫/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସଵୁ ଵର୍ଷ ପରି ଚଳିତବର୍ଷ କିଶନନଗର ଠାରେ ତହସିଲ୍ ସ୍ତରୀୟ ସ୍ୱାଧୀନତା ଦିବସ ଓ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି। ଏଥିରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସ୍କୁଲ ପିଲାମାନଙ୍କ ସମୁହ ପ୍ୟାରେଡ଼ ରେ ଅଭିଵାଦନ ଗ୍ରହଣ କରିଥିଲେ।ହେଲେ ସଵୁ ଵର୍ଷ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇ ଉତ୍ସଵକୁ ନିମନ୍ତ୍ରଣ କରାଯାଉଥିବା ବେଳେ ଚଳିତ ବର୍ଷ ଉତ୍ସଵ କମିଟିର ସଭାପତି ତଥା ତହସିଲଦାର ଇନ୍ଦିରା ସାହୁ ସୈ।ଜନ୍ୟତା ଭୂଲିଯାଇ ସାମ୍ବାଦିକ ମାନଙ୍କୁ ଉପେକ୍ଷା କରିଥିବା ଅଭିଯୋଗ ହେଉଛି। ଚାରି ଆଡେ ନିମନ୍ତ୍ରଣ ପତ୍ର ଵଣ୍ଟା ଯାଇଥିଲା ଵେଳେ ତହସିଲଦାର ଙ୍କର ସାମ୍ବାଦିକ ମାନଙ୍କୁ ଭୂଲିଯିଵା ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁଥିପାଇଁ ସାମ୍ବାଦିକ ମାନେ ଜାତୀୟ ପତାକାକୁ ସମ୍ମାନ ଜଣାଇବା ପାଇଁ ନିଜ ଆଡୁ ଉତ୍ସଵ ସ୍ଥଳକୁ ଯାଇଥିବା ବେଳେ ପତାକା ଉତ୍ତୋଳନ ପରେ ସ୍ଥାନ ପରିତ୍ୟାଗ କରି ଚାଲି ଯାଇଥିଲେ।ଏହା ଗଣମାଧ୍ୟମ ପ୍ରତି ତହସିଲଦାରଙ୍କର ଅପମାନ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସେହିପରି ଆଜି ଉତ୍କଳ ଵିକାଶ ପରିଷଦ ସଭାପତି ଇଂ ପ୍ରକାଶ ସେଠୀଙ୍କ ନେତୃତ୍ୱରେ ଏକ ଵଡ ଧରଣର ତ୍ରିରଙ୍ଗା ଶୋଭାଯାତ୍ରା ଅଞ୍ଚଳ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା।

ସେହିପରି କିଶନନଗର ପଞ୍ଚାୟତ ଗରାଶୁଣୀ ଯୁଵ କ୍ରିଡ଼ା ସାଂସ୍କୃତିକ ପରିଷଦ ପକ୍ଷରୁ ଗରାଶୁଣୀ ଵିହାର ଠାରେ ଅଞ୍ଚଳର ବରିଷ୍ଠ ନାଗରିକ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.