Thursday , September 29 2022
Home / ଶିକ୍ଷା / ଯୁକ୍ତ୨ରେ ବେଦିକ ଆର୍ଟସ ପଏନ୍ଟର ଶତ ପ୍ରତିଶତ ସଫଳତା

ଯୁକ୍ତ୨ରେ ବେଦିକ ଆର୍ଟସ ପଏନ୍ଟର ଶତ ପ୍ରତିଶତ ସଫଳତା

କେନ୍ଦ୍ରାପଡ଼ା, ୧୪/୦୮/୨୦୨୨(ଓଡ଼ିଶା ସମାଚାର)- ସାରା ରାଜ୍ୟରେ ଯୁକ୍ତ୨ କଳାରେ ଫଳାଫଳ ପ୍ରକାଶ ପାଇଛି । କେନ୍ଦ୍ରାପଡା କଲେଜଛକସ୍ଥିତ ବେଦିକ ଯୁକ୍ତ୨ ଆର୍ଟସ ପଏନ୍ଟକୁ ଶତ ପ୍ରତିଶତ ସଫଳତା ମିଳିଥିବା ଦେଖାଯାଇଛି । ଏହି କୋଚିଂ ସେଂଟରରେ ପଢୁଥିବା ରାଜଲକ୍ଷ୍ମୀ ରାଉତ ୮୯ ପ୍ରତିଶତ ମାର୍କ ରଖି ବେଦିକ ଆର୍ଟସ ପଏନ୍ଟର ପିଲାଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ଏଥିସହିତ କୋଚିଂ ସେଂଟରର ୫୯ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୫୧ଜଣ ପ୍ରଥମ ଶ୍ରେଣୀରେ ଓ ୮ଜଣ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ଏହି ସେଂଟରର ଛାତ୍ରୀ ମୋନାଲିସା ସାହୁ ୫୩୧ ମାର୍କ (୮୮.୫ ପ୍ରତିଶତ) ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୁଆଳସିଂ ସରପଂଚଙ୍କ ପ୍ରତିନିଧି ଦିଲ୍ଲିପ ଦାସ ଯୋଗଦେଇ କୃତି ଛାତ୍ରୀମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ହିମାଂଶୁ ପରିଡା, ଦଇତାରି ନାୟକ, ସିଦ୍ଧାର୍ଥ ଶଙ୍କର ବିଶ୍ୱାଳ, ଚନ୍ଦନ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରୀମାନଙ୍କୁ ଶୁଭେଛା ଜଣାଇଥିଲେ । ଏହି କୋଚିଂ ସେଂଟରର ୫ଜଣ ଛାତ୍ରୀ ୫ଶହରୁ ଉଦ୍ଧ୍ୱର୍ ମାର୍କ ରଖି ପାସ କରିବା ସହ କୋଚିଂ ସେଂଟରର ଗାରିମା ବୃଦ୍ଧି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.