Thursday , September 29 2022
Home / ରାଜନୀତି / ମେଗା ପାନୀୟଜଳ ପ୍ରକଳ୍ପ : ଗରଦପୁର ବ୍ଲକର ୧୮ଟି ପଞ୍ଚାୟତର ଲୋକେ ଉପକୃତ ହେବେ – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ମେଗା ପାନୀୟଜଳ ପ୍ରକଳ୍ପ : ଗରଦପୁର ବ୍ଲକର ୧୮ଟି ପଞ୍ଚାୟତର ଲୋକେ ଉପକୃତ ହେବେ – ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଗରଦପୁର, ୧୪/୦୮/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅଧୀନସ୍ଥ ୧୮ଟି ପଞ୍ଚାୟତ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୧୩୦ କୋଟି ୭୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଚିତ୍ରୋତ୍ପଳା ନଦୀର ମଧୁଶାସନ ଗ୍ରାମ ନିକଟସ୍ଥ ଚାଟରା ଅଞ୍ଚଳରେ ହେବାକୁ ଯାଉଛି। ଗରଦପୁର ବ୍ଲକ ଅଞ୍ଚଳରେ ଜଳସ୍ତର ଖସି ଖସି ଯାଉଥିବାରୁ ପାନୀୟଜଳ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ରାଶି ମଞ୍ଜୁର କରି ଆଗାମୀ ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଯୋଜନା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଟକୁରା ବିଜେଡ଼ି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହାଦ୍ୱାରା ୧୩୫ ଗ୍ରାମର ୧୧ ହଜାର ୧୪୪ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ। ଏ ନେଇ ଶନିବାର ସନ୍ଧ୍ୟାରେ ଗରଦପୁର ବ୍ଲକ କଳାବୁଦା ପଞ୍ଚାୟତର ଲକ୍ଷ୍ମୀମଣ୍ଡପରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପାଟକୁରା ବିଧାୟିକାଙ୍କ ପୁତ୍ର ତଥା ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଶଶାଙ୍କ ପରିଡ଼ା, ୯ ନମ୍ୱର ଜୋନ ଜିଲ୍ଲା ପରିଷଦ ସଭ୍ୟା ଏଲିଜା ସ୍ୱାଇଁ, ବିଜେଡି ନେତା ଭଗବାନ ଜେନା, କଳାବୁଦା ସରପଞ୍ଚଙ୍କ ପ୍ରତିନିଧି ବଳରାମ ଦାସଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.