Thursday , September 29 2022
Home / ଶିକ୍ଷା / କଲେଜ ବାଣିଜ୍ୟ ବିଭାଗର ଟପ୍ପର ଶକ୍ତିମୟୀ ଚାଟାର୍ଡ ଆକାଉଂଟାଂଟ ହେବେ

କଲେଜ ବାଣିଜ୍ୟ ବିଭାଗର ଟପ୍ପର ଶକ୍ତିମୟୀ ଚାଟାର୍ଡ ଆକାଉଂଟାଂଟ ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ରୀ ଶକ୍ତିମୟୀ ପ୍ରଧାନ ଚଳିତ ବର୍ଷ ମୋଟ ୨୬୦୦ମାର୍କରୁ ୨୨୪୪ମାର୍କ ଅର୍ଥାତ ୮୬.୩୦ ପ୍ରତିଶତ ମାର୍କ ରଖି ବାଣିଜ୍ୟ  ବିଭାଗର ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ ଯୁକ୍ତ ୨ବାଣିଜ୍ୟ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ସୁପ୍ରଭା ହେଉଛନ୍ତି ଜଣେ ମେଧାବୀ ଛାତୀ୍ର । ସେ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଟିପଡା ଗ୍ରାମର କାହ୍ନୁ ଚରଣ ପ୍ରଧାନ ଓ ସୂର୍ଯ୍ୟକାନ୍ତୀ ପ୍ରଧାନଙ୍କ ମଧ୍ୟମା କନ୍ୟା । ଶକ୍ତିମୟୀଙ୍କର ୨ ଭଉଣୀ ଅଛନ୍ତି । ବଡ ଭଉଣୀ ବିବାହ କରି ସାରିଥିବା ବେଳେ ଅନ୍ୟ ସାନ ଭଉଣୀ ଜଣଙ୍କ ଯୁକ୍ତ ୨ରେ ପାଠ ପଢୁଛନ୍ତି । ଶକ୍ତିମୟୀଙ୍କ ପିତା ଜଣେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିବା ବେଳେ ତାଙ୍କ ମା’ ଜଣେ ଗୃହିଣୀ ଅଟନ୍ତି । ଶକ୍ତିମୟୀ ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଁଟାନ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.