Thursday , September 29 2022
Home / ଶିକ୍ଷା / କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କଲେଜ ଟପ୍ପର ବିଭୁ ପ୍ରସାଦଙ୍କ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ବିଭାଗର ପ୍ରାଣୀ ବିଜ୍ଞାନ ସମ୍ମାନ ଛାତ୍ର ବିଭୁ ପ୍ରସାଦ ଶତପଥୀ ଚଳିତ ବର୍ଷ ମୋଟ ୨୬୦୦ମାର୍କରୁ ୨୪୧୧ମାର୍କ ଅର୍ଥାତ ୯୨.୭୩ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ ଯୁକ୍ତ ୨ବିଜ୍ଞାନ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ବିଭୁ ହେଉଛନ୍ତି ଜଣେ ମେଧାବୀ ଛାତ୍ର ।  ସେ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମର ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀ ଓ ଚନ୍ଦନା ଶତପଥୀଙ୍କ ପୁତ୍ର । ବିଭୁଙ୍କ ପିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ହୋଇଥିବା ବେଳେ ମା’ ଜଣେ ଗୃହିଣୀ ଅଟନ୍ତି । ବିଭୁଙ୍କ ବଡ ଭଉଣୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି । ଗବେଷଣା କରିବା ସହିତ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଭୁ । ଓଡ଼ିଶା ସମାଚାର

Leave a Reply

Your email address will not be published.