Thursday , September 29 2022
Home / ଶିକ୍ଷା / କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କଲେଜ କଳା ବିଭାଗର ଟପ୍ପର ସୁପ୍ରଭା ଅଧ୍ୟାପିକା ହେବେ

କେନ୍ଦ୍ରାପଡା, ୧୩/୦୮/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ସୁପ୍ରଭା ପାତ୍ର ଚଳିତ ବର୍ଷ ମୋଟ ୨୬୦୦ମାର୍କରୁ ୨୩୪୭ମାର୍କ ଅର୍ଥାତ ୯୦.୨୬ ପ୍ରତିଶତ ମାର୍କ ରଖି ଶିକ୍ଷା  ବିଭାଗର ଟପ୍ପର ହୋଇଛନ୍ତି । ମାଟ୍ରିକ ଏବଂ ଯୁକ୍ତ ୨କଳା ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ସୁପ୍ରଭା ହେଉଛନ୍ତି ଜଣେ ମେଧାବୀ ଛାତୀ୍ର ।  ସେ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଜଜାଙ୍ଗ- ଖମାରକେଶପୁର ଗ୍ରାମର ନିର୍ମଳ ପାତ୍ର ଓ କୁନି ପାତ୍ରଙ୍କ କନ୍ୟା । ସୁପ୍ରଭାଙ୍କର ୨ଟି ସାନ ଭଉଣୀ ଅଛନ୍ତି ।  ତାଙ୍କ ପିତା ଜଣେ କୃଷକ ଏବଂ ମା ଜଣେ ଗୃହିଣୀ ଅଟନ୍ତି । ସୁପ୍ରଭା ଭବିଷ୍ୟତରେ ଜଣେ ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.