Wednesday , September 28 2022
Breaking News
Home / ବିଶେଷ / ଅଗଷ୍ଟ ୩୧ରେ ଅବସର ନେବେ ସୁରେଶ ମହାପାତ୍ର – କିଏ ହେବେ ପରବର୍ତୀ ମୁଖ୍ୟ ଶାସନ ସଚିବ

ଅଗଷ୍ଟ ୩୧ରେ ଅବସର ନେବେ ସୁରେଶ ମହାପାତ୍ର – କିଏ ହେବେ ପରବର୍ତୀ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୩/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେ ସରୁଛି । ତାଙ୍କ ସ୍ଥାନରେ କିଏ ହେବେ ପରବର୍ତୀ ମୁଖ୍ୟ ଶାସନ ସଚିବ ସେ ନେଇ ଏବେ ପାୱାର କରିଡର ରେ ଚର୍ଚ୍ଚା ଚାଲିଛି । ୨୦୨୨ ଫେବୃଆରୀରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ । ଅଗଷ୍ଟ ୩୧ରେ ସେ ଅବସର ନେବେ । ପୁଣି ଥରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । କାର୍ଯ୍ୟକାଳ ବୃଦ୍ଧି ନ ହେଲେ ପରବର୍ତୀ ମୁଖ୍ୟ ଶାସନ ସଚିବ ପାଇଁ ୧୯୮୯ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ରହିଛି । ଶ୍ରୀ ଜେନା ୨୦୨୧ ଜାନୁଆରୀରୁ ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏଥି ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଓସଡ଼ମା ପରିଚାଳନା ନିର୍ଦ୍ଧେଶକ ମଧ୍ୟ ଅଛନ୍ତି । ରାଜ୍ୟ ପ୍ରଶାସନରେ ଶ୍ରୀ ଜେନାଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ଜଳସମ୍ପଦ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ସହିତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଛନ୍ତି । ମୁଖ୍ୟ ଶାସନ ସଚିବ ପଦବି ନିମନ୍ତେ ୧୯୮୭ ଓ ୧୯୮୮ ବ୍ୟାଚ ର ବହୁ ବରିଷ୍ଠ ଆଇଏଏସ୍ ଅଧିକାରୀ ଅଛନ୍ତି । ଜି.ଭି. ଭେନୁଗୋପାଳ ଶର୍ମା, ତୁହିନକାନ୍ତ ପାଣ୍ଡେ, ନିକୁଂଜ କିଶୋର ସୁନ୍ଦରରାୟ, ରାଜକୁମାର ଶର୍ମା, ରାଜେଶ ବର୍ମା, ସି.ଜେ. ଭେନୁଗୋପାଳ ଓ ପ୍ରଦୀପ୍ତ ମହାପାତ୍ର ପ୍ରମୁଖଙ୍କ ନାଁ ବରିଷ୍ଠତା ତାଲିକାରେ ରହିଛି । ସେମାନଙ୍କ ମଧ୍ୟରୁ ରାଜେଶ ବର୍ମା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ସେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.