Thursday , September 29 2022
Home / କୃଷି / ୟୁରିୟା ଓ ଡିଏପି ସାର ତୁରନ୍ତ ଯୋଗାଇଦେବାକୁ ଓସ୍ତପୁର ସମିତି ସଭାପତିଙ୍କ ଦାବି

ୟୁରିୟା ଓ ଡିଏପି ସାର ତୁରନ୍ତ ଯୋଗାଇଦେବାକୁ ଓସ୍ତପୁର ସମିତି ସଭାପତିଙ୍କ ଦାବି

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ପ୍ରଦୁ୍ୟମ୍ନ କୁମାର ଜେନା ଓସ୍ତପୁର ସମିତିକୁ ତୁରନ୍ତ ୟୁରିଆ ଓ ଡିଏପି ସାର ଯୋଗାଇ ଦେବାକୁ କୃଷି ଉପନିର୍ଦେଶକ,କେନ୍ଦ୍ରାପଡାଙ୍କୁ ଏକ ପତ୍ର ଲେଖି ଦାବି କରିଛନ୍ତି । ତାଙ୍କ ପତ୍ରରେ ଉଲ୍ଲେଖ ରହିଛି ଯେ ସେହି ସମିତିଟି ଓସ୍ତପୁର ଏବଂ କଂସାର ଦୁଇଗୋଟି ଗ୍ରାମପଂଚାୟତକୁ ନେଇ ଗଠିତ । ସେହି ପଂଚାୟତ ଦୁଇଟିର ଚାଷୀମାନେ ଚାଷକାର୍ଯ୍ୟ କରୁଥିବା ବେଳେ ୟୁରିଆ ଏବଂ ଡିଏପି ସାରର ଘୋର ଅଭାବ ଯୋଗୁଁ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ସାର ନେବାକୁ ଦୈନିକ ଚାଷୀମାନେ ସମିତିକୁ ଆସି ସାର ନଥିବାରୁ ନିରାଶ ହୋଇ ଫେରୁଛନ୍ତି । ତେଣୁ ଚାଷୀମାନଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଓସ୍ତପୁର ସମିତିକୁ ୟୁରିଆ ଓ ଡିଏପି ସାର ଯୋଗାଇ ଦେବାକୁ ସଭାପତି ଶ୍ରୀ ଜେନା କୃଷି ଉପନିର୍ଦେଶକଙ୍କ ନିକଟରେ ଦାବି କରିଛନ୍ତି । ଏଥିସହିତ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ଏବଂ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ମଧ୍ୟ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.