Wednesday , September 28 2022
Breaking News
Home / ବିଶେଷ / ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା ଉଦଯାପିତ

ଶ୍ରୀ ଶ୍ରୀ ଗୋପିନାଥଜୀଉ ଓ ବିନୋଦ ବିହାରୀଙ୍କ ଝୁଲଣ ଯାତ୍ରା ଉଦଯାପିତ

କେନ୍ଦ୍ରାପଡ଼ା,୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରସଂସ୍ଥା ଅଧିନ ଗଣାମାହାଲର ଶ୍ରୀ ଗୋପିନାଥଜୀଉ ଏବଂ ଶ୍ରୀ ବିନୋଦବିହାରୀଜୀଉଙ୍କ ଝୁଲଣ ଯାତ୍ରା ଶୁକ୍ରବାର ଗହ୍ମା ପୂର୍ଣ୍ଣିମାରେ ଉଦଯାପିତ ହୋଇଯାଇଛି । ଗତ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଆରମ୍ଭ ହୋଇଥିଲା ଏହି ଝୁଲଣ ଯାତ୍ରା । ମନ୍ଦିରର ଟ୍ରଷ୍ଟି ବିପଦ ଭଞ୍ଜନ ଦାସଙ୍କ ତତ୍ୱାବଧାନରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ୫ଦିନ ବ୍ୟାପି ଭଜନ ଓ କୀର୍ତନରେ ମନ୍ଦିର ପରିସରରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଉମାକାନ୍ତ ସିଂ, ବିଶ୍ୱଜିତ୍ ସାହୁ, ମାନସ ସାମଲ, ରମାକାନ୍ତ ସାହୁ, ଅନନ୍ତ ମହାରଣା, ବସନ୍ତ କୁମାର ସାହୁ, ସୁନାକର ସେଠୀ, ଜୟନ୍ତ କୁମାର ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବକୁ ଦେଖିବା ପାଇଁ ସହରର ବିଭିନ୍ନ ସ୍ଥାନରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.