Thursday , September 29 2022
Home / ତାଜା ଖବର / ଯାତ୍ରୀବାହି ବସ ଓଲଟି ପଡ଼ିଲା, ହେଲପର ମୃତ, ଏକାଧିକ ଆହତ

ଯାତ୍ରୀବାହି ବସ ଓଲଟି ପଡ଼ିଲା, ହେଲପର ମୃତ, ଏକାଧିକ ଆହତ

ପିପିଲି,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଭାରସାମ୍ୟ ହରାଇ ଏକ ଯାତ୍ରୀବାହି ବସ ଓଲଟି ପଡ଼ିଛି । ଓଆର ୦୨ ୟୁ ୯୯୫୪ ସାରଳା ବସ ଟି ଭୁବନେଶ୍ୱର ରୁ ପୁରୀ ଯାଉଥିଲା । ପିପିଲି ଟୋଲଗେଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ବସ୍ ରେ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ୮ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ଜଣ ଶିଶୁ ଥିବା ସୂଚନା ମିଳିଛି।ମୃତକ ଜଣଙ୍କ ବସର ହେଲପର ବୋଲି ଜଣା ପଡ଼ିଛି । ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସପିଟାଲକୁ ନିଆଯାଇଥିଲା । ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତିରିତ କରାଯାଇଛି । ୫ ଟି ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ଦୂର୍ଘଟଣା ପରେ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।ଓଡ଼ିଶା ସମାଚାର

Leave a Reply

Your email address will not be published.