Wednesday , September 28 2022
Breaking News
Home / ବିଶେଷ / ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ ମିଳିଛି ସଫଳତା। ପୋଲିସ ତଦନ୍ତ କରି ଚୋରି ସାମଗ୍ରୀ ଉଦ୍ଧାର କରି ୪ଚଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରୁ ଜଣାପଡିଛି ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ଓ ମଜାଂରିଆ ଗ୍ରାମରୁ ଚୋରି ହୋଇଥିବା ଦୁଇଟି ଜେନେରେଟର ଉଦ୍ଧାର କରିଛି। ଚୋରମାନେ ଜେନେରେଟର ଦୁଇଟିକୁ ବିକ୍ରୀ କରିଥିଲେ। ଜେନେରେଟର ଚୋରି ଘଟଣାରେ ପୋଲିସ ନିରାକାରପୁର ର ହେମନ୍ତ ପ୍ରଧାନ,ମୁଗୁପଦର ଗ୍ରାମର ରାଜକିଶୋର ବରାଳ ଓ ମୂଳିଝରଗଡ ଗ୍ରାମର ପ୍ରଶାନ୍ତ ଜେନାକୁ ଗିରଫ କରିଛି। ଅନ୍ୟପକ୍ଷରେ ନିରାକାରପୁର କଲେଜ ଛକ ନିକଟରୁ ଚୋରି ହୋଇଥିବା ଏକ ମୋଟର ସାଇକେଲ କୁ ଗଡିଶାଗୋଦା କଉଡିଖଣି ଗ୍ରାମରୁ ଉଦ୍ଧାର କରି ଚୋର ସୁକାନ୍ତ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର  ନିରାକାରପୁର  ପୋଲିସ ଥାନା ଆଇଆଇସି ଗୀତାଞ୍ଜଳି ନାୟକ ଜଣାଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.