Thursday , September 29 2022
Home / ବିଶେଷ / ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

ଗଣେଶ୍ୱରଙ୍କ ଅକାଳ ମୃତୁ୍ୟରେ ଶୋକାକୁଳ ହୋଇପଡିଛି ଗ୍ରାମ

କେନ୍ଦ୍ରାପଡ଼ା, ୧୨/୦୮/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତଗାଙ୍ଗପଡା ଗ୍ରାମପଂଚାୟତର ଗୋଗୁଆ ଗ୍ରାମର ଗଣେଶ୍ୱର ଓଝାଙ୍କର ୪୭ବର୍ଷ ବୟସରେ ଅକାଳ ମୃତୁ୍ୟ ହୋଇଯାଇଛି । ଗଣେଶ୍ୱର ଜଣେ ଦିନ ମଜୁରିଆ ଭାବେ ଏଣେ ତେଣେ ବୁଲି ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଅକାଳ ମୃତୁ୍ୟ ପରିବାର ପାଇଁ ଚିନ୍ତାର କାରଣ କାରଣ ପାଲଟିଛି । ଜମିଜମା କହିଲେ ଘରଡିହ ଖଣ୍ଡିକ ଛାଡିଦେଲେ ଆଉ କିଛି ନାହିଁ । ତାଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ନୈରାଶ ଜନକ । ତାଙ୍କ ପୁଅ ମୁକେଶ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ କଲେଜରେ ନାମ ଲେଖାଇ ପାଠ ପଢୁଥିବା ବେଳେ ଝିଅ ମୋନାଲିସା ଚଳିତ ଯୁକ୍ତ୨ ପରୀକ୍ଷାରେ ମଧ୍ୟ ପ୍ରଥମ ଶେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ପୁଅ ଝିଅଙ୍କୁ କଲେଜରେ ପାଠପଢାଇବା ତାଙ୍କ ପକ୍ଷେ ସମ୍ଭବ ହେଉନଥିଲା । ଏହି କାରଣ ଯୋଗୁଁ ପରିବାରରେ ବିଭିନ୍ନ ସମୟରେ କଳହ ଲାଗୁଥିଲା । ଦାରିଦ୍ର୍ୟତା ପାଇଁ ସେ ସର୍ବଦା ମାନସିକ ଚିନ୍ତାରେ ରହୁଥିଲେ । ଲିଭର କ୍ୟାନସର ରୋଗରେ ପିଡିତ ଗଣେଶ୍ୱର ସାହି ପଡିଶାଙ୍କ ସହଯୋଗରେ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପରବର୍ତୀ ସମୟରେ ଗଣେଶ୍ୱରଙ୍କ ଲିଭର କ୍ୟାନସର ରୋଗ ବଢିବା ସହ କିଡନୀ ଖରାପ ହୋଇଯାଇଥିଲା । ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ପରିବାର ବୋଝ, ପିଲାଙ୍କ ପାଠପଢା ବିଷୟରେ ଚିନ୍ତାକରି ଶେଷରେ ରୋଗାକ୍ରାନ୍ତ ହୋଇ ଆଖି ବୁଜିଲେ ଗଣେଶ୍ୱର । ସାହି ପଡିଶା, ମହିଳା ମଣ୍ଡଳ ଓ ସରପଂଚ ଅଶ୍ୱିନୀ କୁମାର ପାତ୍ରଙ୍କ ସହାୟତାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଗାଙ୍ଗପଡା ପଂଚାୟତର ୭ନମ୍ବର ୱାର୍ଡର ପୂର୍ବତନ ୱାର୍ଡସଭ୍ୟ ଥିଲେ । ସ୍ୱାମୀଙ୍କ ମୃତୁ୍ୟ ପରେ ପତ୍ନୀ ମିନତୀ ଓଝା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.