Wednesday , September 28 2022
Breaking News
Home / ବିଶେଷ / ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ଖୋଲିଲା ହିରାକୁଦ ଜଳ ଭଣ୍ଡାର ର ଆଉ ୪ ଟି ଗେଟ୍ , ୧୪ ଟି ଗେଟ୍ ଖୋଲା

ସମ୍ବଲପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ବର୍ଷା ଲାଗି ରହିଛି । ଗତକାଲି ପର୍ଯ୍ୟାୟକ୍ରମେ ସନ୍ଧ୍ୟା ସୁଦ୍ଧା ହିରାକୁନ ଜଳ ଭଣ୍ଡାରର ୧୦ ଟି ଗେଟ୍ ଖୋଲାଯାଇଥିଲା । ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଉଛି । ହିରାକୁଦ ଜଳ ଭଣ୍ଡାରର ସର୍ବୋଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିଲାବେଳେ ବର୍ତମାନ ଜଳସ୍ତର ୬୧୫. ୧୭ଫୁଟ ଉପରେ ରହିଛି । ୩ଲକ୍ଷ ୯୭ ହଜାର ୪୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧ଲକ୍ଷ ୯୨ ହଜାର ୩୩ କ୍ୟୁସେକ୍ ବନ୍ୟାଜଳ ନିସ୍କାସିତ ହେଉଛି । ଜଳ ଭଣ୍ଡାର ମଧ୍ୟକୁ ଅଧିକ ଜଳ ପ୍ରବେଶ କରୁଥିବାରୁ ଆଉ ୪ ଟି ଗେଟ୍ ଖୋଲାଗଲା । ବର୍ତମାନ ମୋଟ୍ ୧୪ ଟି ଗେଟ ଦେଇ ଜଳ ନିସ୍କାସିତ ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.