Thursday , September 29 2022
Home / ରାଜନୀତି / କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ହେଲେ ସୁରେଶ ମହାପାତ୍ର

କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ହେଲେ ସୁରେଶ ମହାପାତ୍ର

କଟକ ସଦର, ୧୨/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଆଜି (ଶୁକ୍ରବାର) କଟକ ନଗର ଜିଲ୍ଲା ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିଛନ୍ତି। ପୂର୍ବରୁ ବିଧାୟକ ମହମ୍ମଦ ମୋକିମ୍ ଙ୍କ ଅନୁଗତ ଗିରିଵାଳା ବେହେରା ଏହି ପଦରେ ରହିଥିବା ବେଳେ ହଠାତ୍ ନେତୃତ୍ୱ ପରିବର୍ତ୍ତନ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମୋକିମ ଵିଵେକାନୁମୋଦିତ ଭୋଟ ଦେଇ ଗଣମାଧ୍ୟମରେ ଖୋଲା ମନ୍ତବ୍ୟ ସେତେବେଳେ ଚର୍ଚ୍ଚାର‌ କେନ୍ଦ୍ର ବିନ୍ଦୁ ପାଲଟି ଥିବା ଵେଳେ ନିକଟରେ ତାଙ୍କ ଅନୁଗତ ମାନେ ଦଳ ଛାଡିଵା ଭିନ୍ନ ଏକ ସନ୍ଦେଶ ଦେଖିବାକୁ ମିଳିଥିଲା। ଏଥିପାଇଁ ଦଳ ମୋକିମଙ୍କ ଉପରୁ ଆସ୍ଥା ହରାଇ ଏପରି ନିଷ୍ପତି ନେଇଥିବା ବେଳେ ମୋକିମ୍ ମଧ୍ୟ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେଵା ଅପେକ୍ଷାରେ ଥିଵା ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି।ଦେଖାଯାଉ ଆଗାମୀ ଦିନରେ କଟକ ସହର କଂଗ୍ରେସ ରାଜନୀତି କେଉଁ ଆଡକୁ ଯାଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.