Wednesday , September 28 2022
Breaking News
Home / ବିଶେଷ / ଆନ୍ତର୍ଜାତୀୟ ଯୁବ ଦିବସରେ, ଆସନ୍ତୁ ଦୂରତାକୁ କମ କରିବା, ଆମ ଜେଜେବାପା ଜେଜେମାଙ୍କୁ ସମୟ ଦେବା

ଆନ୍ତର୍ଜାତୀୟ ଯୁବ ଦିବସରେ, ଆସନ୍ତୁ ଦୂରତାକୁ କମ କରିବା, ଆମ ଜେଜେବାପା ଜେଜେମାଙ୍କୁ ସମୟ ଦେବା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ, ସମାଜ ବିଜ୍ଞାନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ତଥା  ହେଲ୍ପ ଏଜ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ, ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗର ଛାତ୍ରମାନଙ୍କ ମଧ୍ୟରେ “ଆସନ୍ତୁ ଦୂରତାକୁ କମ କରିବା  : ଆମେ ଏବଂ ଆମର ଜେଜେବାପା-ଜେଜେମା” ବିଷୟବସ୍ତୁ ଉପରେ ଏକ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ହେଲପ୍ ଏଜ  ଇଣ୍ଡିଆର ଏଚ.ୟୁ.ଜି. କାର୍ଯ୍ୟକ୍ରମ (ହେଲ୍ପ ୟୁନାଇଟ ଜେନେରେସନ୍) ମାଧ୍ୟମରେ ଯୁବବର୍ଗ  ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆନ୍ତଃ-ପିଢ଼ି ବନ୍ଧନକୁ ପ୍ରୋତ୍ସାହିତ କରିବା ଏବଂ ଯୁବକମାନଙ୍କୁ ଦାୟିତ୍ୱବାନ ନାଗରିକ ହେବାକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିଲା । ଆସାମ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନର ପ୍ରଫେସର ବି.କେ.ବେହେରା; ପ୍ରଫେସର  ନବନୀତା ରଥ, ବିଭାଗୀୟ ମୁଖ୍ୟ, ସମାଜବିଜ୍ଞାନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶ୍ରୀମତୀ ଭାରତୀ ଚକ୍ର, ରାଜ୍ୟ ମୁଖ୍ୟ, ହେଲପ୍ ଏଜ  ଇଣ୍ଡିଆ ଛାତ୍ରଛାତ୍ରୀମାନଙ୍କୁ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ତଥା ଯୁବବର୍ଗଙ୍କ ଭୂମିକା ପ୍ରସଙ୍ଗରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ତନୟା ମହାନ୍ତି, ଆସିଷ୍ଟାଣ୍ଟ ପ୍ରଫେସର  ଉତ୍କଳ ବିଶ୍ୱବିଦ୍ୟାଳୟ ତଥା ଶ୍ରୀମତୀ ଦେଵଶ୍ରୀ  ବ୍ରହ୍ମା, ପରାମର୍ଶଦାତା, ହେଲ୍ପ ଏଜ୍ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.