Thursday , September 29 2022
Home / ସ୍ୱାସ୍ଥ୍ୟ / ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ। ୧ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ଏହି ଔଷଧ ବଣ୍ଟାଯିବ। ୧୨ତାରିଖରେ କୌଣସି କାରଣବଶତଃ ଏହି ଔଷଧ ଖାଇ ପାରୁ ନ ଥିବା ପିଲାଙ୍କୁ ୧୯ ତାରିଖରେ ଆଉଥରେ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଅଗଷ୍ଟ ମାସର ପ୍ରତି ବୁଧବାର ଟିକାକରଣ ଦିବସରେ ୯ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଭିଟାମିନ ‘କ’ ଦ୍ରବଣ ଖାଇବାକୁ ମାଗଣା‌ରେ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନିର୍ଦେଶକ ଡା. ଶ୍ରୀ ପାଣିଗ୍ରାହୀ କହିଥିଲେ, ରାଜ୍ୟର ୧,୬୮,୩୧,୬୭୯ ହିତାଧିକାରୀଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ସରକାରୀ ଓ ବେସରକାରୀ ୫୫,୫୦୯ ବିଦ୍ୟାଳୟ ଓ ୭୪,୧୪୬ ଅଙ୍ଗନବାଡିରେ ପଢୁଥିବା ସମସ୍ତ ପିଲାଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବ। ଏହି ବୟସ ମଧ୍ୟରେ ବିଦ୍ୟାଳୟକୁ ଯାଉ ନ ଥିବା ପିଲାଙ୍କୁ ସେମାନଙ୍କ ଅଞ୍ଚଳରେ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି ଓ ଆଶାକର୍ମୀ ଔଷଧ ଦେବେ। ୩୫,୧୯,୫୫୪ ହିତାଧିକାରୀଙ୍କୁ ଭିଟାମିନ ‘କ’ ଦ୍ରବଣ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.