Wednesday , September 28 2022
Breaking News
Home / ବିଶେଷ / ହୀରାକୁଦ ଡ଼୍ୟାମର ୨ ଟି ଗେଟ ଖୋଲିଲା, ସନ୍ଧ୍ୟା ସୁଦ୍ଧା ଆଉ ୮ ଟି ଗେଟ ଖୋଲିବ ସୂଚନା

ହୀରାକୁଦ ଡ଼୍ୟାମର ୨ ଟି ଗେଟ ଖୋଲିଲା, ସନ୍ଧ୍ୟା ସୁଦ୍ଧା ଆଉ ୮ ଟି ଗେଟ ଖୋଲିବ ସୂଚନା

ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ମଧ୍ୟାହ୍ନ ୨ ଟି ଗେଟ୍ ଖୋଲିଛି । ଅପରାହ୍ନ ୩ ଟା ବେଳେ ଆଉ ୩ ଟି ଗେଟ ଖୋଲିବ ଓ ସନ୍ଧ୍ୟା ୫ ଟା ମଧ୍ୟରେ ଆଉ ୫ ଟି ଗେଟ ଖୋଲିବ । ଏହିପରି ଭାବରେ ଆଜି ମୋଟ ୧୦ ଟି ଗେଟ ଖୋଲିବ ବୋଲି ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ କ୍ରମାଗତ ବର୍ଷା ଓ ଜଳସ୍ତର ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଛି । ହିରାକୁଦ ଜଳ ଭଣ୍ଡାରର ସର୍ବୋଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିଲାବେଳେ ବର୍ତମାନ ଜଳସ୍ତର ୬୧୨ ଫୁଟ ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.