Wednesday , September 28 2022
Breaking News
Home / ବିଶେଷ / ହୀରାକୁଦ ଡ଼୍ୟାମର ୧୦ ଟି ଗେଟ ଖୋଲିଲା

ହୀରାକୁଦ ଡ଼୍ୟାମର ୧୦ ଟି ଗେଟ ଖୋଲିଲା

ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ପ୍ରଥମେ ୨ ଟି ଗେଟ୍ ଖୋଲିଥିଲା । ପର୍ଯ୍ୟାୟ୍ରକ୍ରମେ ଆଉ ୮ ଟି ଗେଟ ଖୋଲିଛି । ଏହିପରି ଭାବରେ ଆଜି ସନ୍ଧ୍ୟା ସୁଦ୍ଧା  ମୋଟ ୧୦ ଟି ଗେଟ ଖୋଲିଛି ।  ଉପରମୁଣ୍ଡରେ କ୍ରମାଗତ ବର୍ଷା ଓ ଜଳସ୍ତର ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଛି । ହିରାକୁଦ ଜଳ ଭଣ୍ଡାରର ସର୍ବୋଚ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିଲାବେଳେ ବର୍ତମାନ ଜଳସ୍ତର ୬୧୨. ଫୁଟ ଉପହେର ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୯୬ ହଜାର ୫୭୨ କ୍ୟୁସେକ ଜଳ ପ୍ରବେଶ କରୁଛି ।ଯଦିଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ତଥାପି ମହାନଦୀ ଓ ଏହାର ଶାଖା ନଦୀ ଅବବାହିକାରେ ଅବସ୍ଥିତ ୧୪ ଟି ଜିଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.