Wednesday , September 28 2022
Breaking News
Home / ବିଶେଷ / ରାଜ୍ୟଗୁଡ଼ିକୁ କେନ୍ଦ୍ରର ଟିକସ ହସ୍ତାନ୍ତର ଅର୍ଥ ପ୍ରଦାନ – ଓଡ଼ିଶାକୁ ମିଳିଲା ୫୨୮୨.୮୬ କୋଟି

ରାଜ୍ୟଗୁଡ଼ିକୁ କେନ୍ଦ୍ରର ଟିକସ ହସ୍ତାନ୍ତର ଅର୍ଥ ପ୍ରଦାନ – ଓଡ଼ିଶାକୁ ମିଳିଲା ୫୨୮୨.୮୬ କୋଟି

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)- ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ  ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର ଦୁଇଟି କିସ୍ତି ଜାରି କରାଯାଇଛି। ଏହିକ୍ରମରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫୨୮୨ କୋଟି ୮୬ ଲକ୍ଷ ଟଙ୍କାର ଟିକସ ଭାଗ ମିଳିଛି। ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୨.୮୬ କୋଟି ଟଙ୍କା ତୁଳନାରେ କେନ୍ଦ୍ର ସରକାର ଦୁଇଟି କିସ୍ତି ପାଇଁ ମୋଟ ୧,୧୬,୬୬୫.୭୫ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ଡିଭିଜିବୁଲ ଟ୍ୟାକ୍ସ ପୁଲର ୪୧ ପ୍ରତିଶତ ଅର୍ଥ ରାଜ୍ୟମାନଙ୍କୁ  ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅର୍ଥକୁ ପ୍ରତି ମାସରେ ରାଜ୍ୟମାନଙ୍କୁ  ପ୍ରଦାନ କରାଯାଉଛି। ପୁଞ୍ଜି ଏବଂ ବିକାଶମୂଳକ ବ୍ୟୟକୁ ତ୍ୱରାନ୍ୱିତ କରିବା ଏବଂ ରାଜ୍ୟମାନଙ୍କର କ୍ଷମତା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଅନୁରୂପ ଅଧିକ ପରିମାଣର ଟିକସ ଡିଭୋଲ୍ୟୁସନ ରାଜ୍ୟମାନଙ୍କୁ  ଜାରି କରାଯାଉଛି। କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଅର୍ଥରୁ ଉତ୍ତର ପ୍ରଦେଶ କୁ ସର୍ବାର୍ବାଧିକ ୨୦୯୨୮.୬୨ କୋଟି ଟଙ୍କା ମିଳିଥିବା ବେଳେ ବିହାରକୁ ୧୧୭୩୪.୨୨ କୋଟି ଟଙ୍କା ମିଳିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.