Wednesday , September 28 2022
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଶୁକ୍ରବାର , ୨ଟି ବୃହତ ଜଳସେଚନ ପ୍ରକଳ୍ପର ହେବ ଲୋକାର୍ପଣ

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଶୁକ୍ରବାର , ୨ଟି ବୃହତ ଜଳସେଚନ ପ୍ରକଳ୍ପର ହେବ ଲୋକାର୍ପଣ

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)-ଆସନ୍ତା କାଲି  ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ  । ୨ଟି ବୃହତ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ। କରଞ୍ଜିଆ ହାତୀବାରିରେ ଦେଓ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଦେଓ ପ୍ରକଳ୍ପ ଅନୁଧ୍ୟାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ, ଏସପି  । ଦେଓ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ  । ଏହି ପ୍ରକଳ୍ପ ଉଦଘାଟନକୁ ନେଇ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି  । ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ଦେଓ ନଦୀ ଉପରେ ଦୁଇ ପାହାଡ଼କୁ ବନ୍ଧ ବାନ୍ଧି ଦେଓ ନଦୀବନ୍ଧ ପ୍ରକଳ୍ପ ଆରମ୍ଭ ହୋଇଥିଲା  । ସେତେବେଳେ ଏହି ପ୍ରକଳ୍ପର ମୂଲ୍ୟ ୫୨ କୋଟି ଟଙ୍କା ଥିଲା । ୧୨୮୦ ମିଟର ଲମ୍ବା ରହିଛି  । ଏହି ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରାଯାଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୃଳି ବ୍ଲକର ୭୫ଟି ଗାଁର ୬ହଜାର ୬୭୭ ହେକ୍ଟର ଏବଂ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୨୫ଟି ଗାଁର ୩ହଜାର ୨୨୩ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ୯୪୮ ବିସ୍ଥାପିତ ପରିବାରକୁ ୮ଟି ବିସ୍ଥାପିତ କଲୋନୀ ଏବଂ ଅନ୍ୟତ୍ର ଥଇଥାନ କରାଯାଇଛି  । କରଞ୍ଜିଆ ପରେ ରାସଗୋବିନ୍ଦପୁର ର ଟିକପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ସୁବର୍ଣ୍ଣରେଖା ନଦୀରେ ବୃହତ ଜଳସେଚନ ପ୍ରକଳ୍ପକୁ ଉଦ୍ଘାଟନ କରିବେ  । ଓଡ଼ିଶା ସମାଚାର

Leave a Reply

Your email address will not be published.