Wednesday , September 28 2022
Breaking News
Home / ବିଶେଷ / ବ୍ରହ୍ମଗିରି ସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିର ର ବିଭିନ୍ନ ସମସ୍ୟା ବିଷୟରେ  ଅନୁଧ୍ୟାନ କଲେ ୫ ଟି ସଚିବ

ବ୍ରହ୍ମଗିରି ସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିର ର ବିଭିନ୍ନ ସମସ୍ୟା ବିଷୟରେ  ଅନୁଧ୍ୟାନ କଲେ ୫ ଟି ସଚିବ

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଙ୍କ ନିର୍ଦ୍ଦେଶକ୍ରମେ  ୫ ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିର ଭ୍ରମଣ କରି ଭକ୍ତଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗର ଅନୁଧ୍ୟାନ କରିଛନ୍ତି। ମନ୍ଦିରର ସେବାୟତ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ସେ ଅବଗତ ହୋଇଛନ୍ତି।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ। ସମସ୍ତଙ୍କ ସହ ଆଲୋଚନା ପରେ ମନ୍ଦିରର ଉନ୍ନତି ସହ ସେବାୟତ, ପର୍ୟ୍ୟଟକ ତଥା ଭକ୍ତଙ୍କ ସୁବିଧା ସୁନିଶ୍ଚିତ ପାଇଁ ମାଷ୍ଟର ପ୍ଳାନ ପ୍ରସ୍ତୁତ କରିବାକୁ ୫ଟି  ସଚିବ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.