Thursday , September 29 2022
Home / ରାଜନୀତି / ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ ଏଵେ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏଥିରେ ପ୍ରଜାତନ୍ତ୍ର ପ୍ରଚାର ସମିତିର ସଭାପତି ତଥା ଦୈନିକ ଖବରକାଗଜ ‘ ପ୍ରଜାତନ୍ତ୍ର ‘ ର ସଂପାଦକ,କଟକ ଲୋକସଭା ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ବକ୍ତବ୍ୟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସଭାରେ ଭର୍ତୃହରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି କୃତଜ୍ଞତାସୂଚକ ବକ୍ତବ୍ୟରେ କହିଥିଲେ ଯେ ‘ ସଵୁ କ୍ଷେତ୍ରରେ ମୋ କାନ୍ଧରେ କାନ୍ଧ ମିଳାଇ ସହଯୋଗ ଦେଇ ଆସୁଛନ୍ତି ଧର୍ମେନ୍ଦ୍ର ‘ ଏତିକିରେ କଥା ସରିଲା ନାହିଁ।ପୁଅ ଲୋକରଞ୍ଜନ ମହତାଵଙ୍କୁ ପ୍ରଜାତନ୍ତ୍ର ପ୍ରଚାର ସମିତିର ଟ୍ରଷ୍ଟି ହିସାବରେ ଧନ୍ୟବାଦ ଦେଵାର ଦାୟିତ୍ଵ ଦିଆଯାଇଥିଲା।ହେଲେ ଧନ୍ୟବାଦ ଭାଷଣ ସୀମିତ ନଥିଲା। କିନ୍ତୁ ସିଏ ତାଙ୍କ ବକ୍ତବ୍ୟରେ ଅନେକ କିଛି କହିବାକୁ ଉଦ୍ୟମ କରିଥିଲେ।ଏ ଲିଗାସିକୁ ଆଗକୁ ବଢ଼ାଇବା ପାଇଁ ଧର୍ମେନ୍ଦ୍ର ଅଙ୍କଲ୍ ମୋତେ ପରାମର୍ଶ ଦେଇଆସୁଛନ୍ତି…ଭଳି ବକ୍ତବ୍ୟ ଭତୃହରିଙ୍କ ଏକୋଇର ଵଳା ଵିଶିକେସନ ଲୋକରଞ୍ଜନ ରାଜନୀତିକୁ ଆସିଵାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି।’ ପ୍ରଜାତନ୍ତ୍ର ‘ ମାଧ୍ୟମରେ ଭର୍ତୃହରି ପୁଅ ଲୋକରଞ୍ଜନଙ୍କୁ ରାଜନୀତିକୁ ଆଣିଵାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି କି ଵୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ ଲୋକରଞ୍ଜନ କେନ୍ଦ୍ରର ଜନୈକ ବରିଷ୍ଠ ଵିଜେପି ନେତାଙ୍କ ଝିଆରି ଙ୍କୁ ଵିଵାହ କରିଥିବା ଵେଳେ ସ୍ତ୍ରୀଙ୍କ ପକ୍ଷରୁ ପାରିବାରିକ ହିଂସା ମାମଲା ଚାଲୁ ରହିଛି।ତେଵେ ଉଭୟ ଵାପ ପୁଅ ଵେଳ ଥାଉ ଥାଉ ଵିଜେପି ଆଡକୁ ଢଳିଵେ କି ଵୋଲି ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.