Wednesday , September 28 2022
Breaking News
Home / ବିଶେଷ / କଟକ ସଦର ଅଞ୍ଚଳରେ ପାଟରା ସମ୍ପ୍ରଦାୟଙ୍କ ପାରମ୍ପରିକ ଗହ୍ମାପର୍ଵ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ

କଟକ ସଦର ଅଞ୍ଚଳରେ ପାଟରା ସମ୍ପ୍ରଦାୟଙ୍କ ପାରମ୍ପରିକ ଗହ୍ମାପର୍ଵ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଵଡ ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନକୁ ଗହ୍ମାପର୍ଵ ଭାଵେ ପାଟରା ସମ୍ପ୍ରଦାୟ ଜାତିର ଇଷ୍ଟ ଦେବତାଙ୍କ ପୂଜାକୁ ସାରା ରାଜ୍ୟରେ ଆଜି (ଗୁରୁବାର ) ଠାରୁ ୩ ଦିନ ସ୍ଥଳ ବିଶେଷରେ ୫ ଦିନ କରି ଆନନ୍ଦ ଉଲ୍ଲାସ ସହ ପାଳନ କରୁଥିବା ଜଣାପଡିଛି। ବଳଭଦ୍ରଙ୍କ ରଥର ଚକ ୧୪ କୁ ଲକ୍ଷ କରି ପୂର୍ବ ପୁରୁଷ ମାନେ ରାଜ୍ୟରେ ୧୪ ଗୋଟି ଶାଖା(ଚକଲା) ଗଠନ କରିଥିବା ବେଳେ ଲୋକ ସଂଖ୍ୟା ଦୃଷ୍ଟିରୁ ଆଉ ତାହା ବୃଦ୍ଧି କରାଯାଇ ପାରୁନାହିଁ। ସେହି ଶାଖା ମଧ୍ୟରୁ କିଶନଗର ଚକଲାର ଗହ୍ମାପର୍ଵ ଆଜିଠାରୁ ତିନି ଦିନ ବ୍ୟାପି କିଶନଗର, ହରିପୁର, ଵାରଦା, ନୂଆଗାଁ, ପାରାଵିଲ୍ ,ହାଟୁଆରି, ଵମ୍ଵୁରି, ମହୁରା ପ୍ରଭୃତି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ସେଥିରେ ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ଉତ୍ସଵ ଓ ବଳଭଦ୍ର ଜଗନ୍ନାଥ ଦୁଇ ଭାଇଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଵା ପାଇଁ ପାଟରା ସେଵାୟତ ରାକ୍ଷୀ ତିଆରି କରି ଦେଇଥାଆନ୍ତି। ଏଥିପାଇଁ ଵାସୁଙ୍ଗା ପାଟରେ ନାଲି, ହଳଦିଆ, ଵାଇଗଣି ଓ ନେଳି ରଙ୍ଗର ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ଆଜି ସେହି ରାକ୍ଷୀ କୁ ପ୍ରସ୍ତୁତ କରିଥିବା ପାଟରା ସେଵାୟତ ଜଗନ୍ନାଥ ପାତ୍ର ସକାଳେ ନେଇ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ନୀତିକାନ୍ତି ସହ ଭଉଣୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ତାହା ବାନ୍ଧିଛନ୍ତି। ରାଜ୍ୟରେ ପାଟରା ସମ୍ପ୍ରଦାୟଙ୍କ ପରି ଗହ୍ମାପୂର୍ଣ୍ଣିମାରେ ଵଡ ଠାକୁର ଶ୍ରୀଵଳଭଦ୍ରଙ୍କ ଜନ୍ମୋତ୍ସବକୁ ମଧ୍ୟ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିରେ ପାଳିତ ହେଵ ଵୋଲି ସୂଚନା ମିଳିଛି।ଏହି ରାକ୍ଷୀରୁ ଗୋଟିଏ ରାକ୍ଷୀ କେନ୍ଦ୍ରାପଡ଼ା ଶ୍ରୀଵଳଦେଵ ଜୀୟୁଙ୍କ ମନ୍ଦିରକୁ ଲାଗି କରିବା ପାଇଁ ଶୋଭାଯାତ୍ରାରେ ପୁରୀରୁ କେନ୍ଦ୍ରାପଡ଼ା ନିଆ ଯାଇଛି। ଜାତିର ଐତିହ, ସଂସ୍କୃତି ଓ ପରମ୍ପରା କୁ ଏଵେ କେତେକ ବ୍ୟକ୍ତି ଅପସଂସ୍କୃତିରେ ପରିଣତ କରିବାକୁ ଚେଷ୍ଟା ଚଳାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.