Thursday , September 29 2022
Home / କ୍ରୀଡ଼ା / କଟକ ଇଣ୍ଡୋର ଷ୍ଟାଡିୟମ୍ ଉପରେ ଵର୍ଷାକୁ ଜଗିଛି ଜରିପାଲ, ପ୍ରତିକ୍ରିୟା ପ୍ରକାଶ

କଟକ ଇଣ୍ଡୋର ଷ୍ଟାଡିୟମ୍ ଉପରେ ଵର୍ଷାକୁ ଜଗିଛି ଜରିପାଲ, ପ୍ରତିକ୍ରିୟା ପ୍ରକାଶ

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଅନ୍ତର୍ଜାତୀୟ ଇଭେଣ୍ଟ ମାନ୍ୟତା ପ୍ରାପ୍ତ କ୍ରିଡା ରାଜଧାନୀ କଟକରେ ଥିଵା ପ୍ରଥମ ଓ ସର୍ବପୁରାତନ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମର ଦୂର୍ଵଳ ଵିକଳ ଚିତ୍ର ସାମ୍ନାକୁ ଆସିବା ପରେ ଏବେ ସର୍ବତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଗତ ଫନି ଵାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଵା ଷ୍ଟାଡିୟମର ଛାତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରାମତି କରାଯାଇଥିଲା ଵେଳେ ଆଜି ପର୍ଯ୍ୟନ୍ତ ଉପରୁ ବର୍ଷା ପାଣି ତଳକୁ ପଡୁଛି। ଜରି ପାଲ ପକାଯାଇ ବିଭିନ୍ନ ଇଭେଣ୍ଟ କରାଯାଉଥିବା ବେଳେ ଏଵେ କେନ୍ଦ୍ର ଗୃହମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଜରି ପାଲ ପକାଯାଇଥିଵା ଦେଖିବାକୁ ମିଳିଥିଲା। ରାଜ୍ୟ ସରକାର ଭୂଵନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ କୁ ଵେଶି ଗୁରୁତ୍ୱ ଦେଉଥିବା ବେଳେ ଏହି ପୁରୁଣା ଷ୍ଟାଡିୟମକୁ ଅଣଦେଖା କରି ଗୁରତ୍ୱ ନଦେବା ଚିନ୍ତାର କାରଣ ହୋଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଵାକୁ ସଵୁ ମହଲରୁ ଦାବି ହେଉଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.