Wednesday , September 28 2022
Breaking News
Home / ବିଶେଷ / ଓଏଏସ୍ ସ୍ତରରେ ଛୋଟ ଧରଣର ବଦଳି

ଓଏଏସ୍ ସ୍ତରରେ ଛୋଟ ଧରଣର ବଦଳି

ଭୁବନେଶ୍ୱର,୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସ୍ତରରେ ଏକ ଛୋଟ ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର । କୈଳାସ ଚନ୍ଦ୍ର ନାୟକଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ନିଯୁକ୍ତ କରାଯାଇଛି । ଏହାସହ ସେ ଶ୍ରୀ ନାୟକ ଜଗନ୍ନାଥ ମନ୍ଦିର ସୁରକ୍ଷା ପରିକ୍ରମା ଉନ୍ନତିକରଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଅଧିକାରୀ ଦାୟିତ୍ୱ ମଧ୍ୟ ତୁଲାଇବେ ।
ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାରଙ୍କୁ ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ବଦଳି କରାଯାଇଛି । ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ପୁରୀ ଏଡିଏମ (ପ୍ରୋଟୋକଲ) ଦାୟିତ୍ୱ ଦିଆଯାଇଛି । ଶୁଭେନ୍ଦୁ କୁମାର ସାମଲଙ୍କୁ ରାଜ୍ୟ ଶିକ୍ଷକ ଶିକ୍ଷା ତଥା ଶିକ୍ଷା ଓ ଗବେଷଣା ତାଲିମ ପରିଷଦ (ଟିଇ ଏବଂ ଏସସିଇଆରଟି)ର ପ୍ରଶାସନିକ ଅଧିକାରୀ ପଦବିକୁ ପଠାଯାଇଛି । ସେ ବରଗଡ଼ ଉପଜିଲ୍ଲାପାଳ ଥିଲେ । ସୁନ୍ଦରଗଡ଼ର ଉପଜିଲ୍ଲାପାଳ ଥିବା ଅଭିମନ୍ୟୁ ବେହେରାଙ୍କୁ କଳାହାଣ୍ଡି ଡିଆରଡିଏ ର ପିଡି ଭାବେ ବଦଳି କରାଯାଇଛି । ତନ୍ମୟ କୁମାର ଦରୱାନଙ୍କୁ ଢେଙ୍କାନାଳ ଡିଆରଡିଏର ପିଡି ନିଯୁକ୍ତ କରାଯାଇଛି । ସେ ସମ୍ବଲପୁରରେ ଡିଆରଡିଏ ଅତିରିକ୍ତ ପିଡି (ପ୍ରଶାସନିକ) ପଦବିରେ କାର୍ୟ୍ୟ କରୁଥିଲେ । ଏ ନେଇ ସାଧାରଣ ପ୍ରଶାସନ ବିଭାଗରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.